ବେକରେ ୨୫ କେଜିର ସୁନା,ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଭିଡିଓ
ପୁନେ ୨୪/୮: ସୁନା ପିନ୍ଧିବାର ସଉକ ଏତେ । ବେକରେ ୨୫ କିଲୋଗ୍ରାମର ସୁନା ଗହଣା ପିନ୍ଧି ମନ୍ଦିର ଯାଇଛନ୍ତି ଶ୍ରଦ୍ଧାଳୁ । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡିଓ ଦେଖି ତାଜୁବ ହୋଇଯାଉଛନ୍ତି ଲୋକେ । କିଏ କିଏ କହୁଛନ୍ତି ସୁନାର ମଣିଷ । ମହାରାଷ୍ଟ୍ର ପୁନେ ସ୍ଥିତ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବେକରେ ମହଣ ମହଣ ସୁନା ଗହଣା ମଣ୍ଡି ହୋଇ ଆନ୍ଧ୍ରପ୍ରଦେଶ ତିରୁପତିର ଭେଙ୍କେଟେଶ୍ବର ମନ୍ଦିର ଯାଇଥିଲେ ।୨ ଜଣ ପୁରୁଷ ଓ ଗୋଟିଏ ମହିଳାଙ୍କ ସହ ଜଣେ ଛୋଟ ପିଲା ମଧ୍ୟ ରହିଛି । ଏମାନେ ମନ୍ଦିର ସାମ୍ନାରେ ପହଞ୍ଚିବା ପରେ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା । ସେମାନେ ପିନ୍ଧିଥିବା ସୁନାକୁ ଦେଖି ଲୋକଙ୍କ ଆଖି ଖୋସି ହୋଇ ଯାଇଥିଲା । ପୁନେର ଏହି ପରିବାରର ସୁନା ପିନ୍ଧିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଭିଡିଓର ଲାଇକ, ସେୟାର ଓ ଭିୟୁ ତୀବ୍ର ବେଗରେ ବଢୁଛି ।
ପୁନେ ୨୪/୮: ସୁନା ପିନ୍ଧିବାର ସଉକ ଏତେ । ବେକରେ ୨୫ କିଲୋଗ୍ରାମର ସୁନା ଗହଣା ପିନ୍ଧି ମନ୍ଦିର ଯାଇଛନ୍ତି ଶ୍ରଦ୍ଧାଳୁ । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡିଓ ଦେଖି ତାଜୁବ ହୋଇଯାଉଛନ୍ତି ଲୋକେ । କିଏ କିଏ କହୁଛନ୍ତି ସୁନାର ମଣିଷ । ମହାରାଷ୍ଟ୍ର ପୁନେ ସ୍ଥିତ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବେକରେ ମହଣ ମହଣ ସୁନା ଗହଣା ମଣ୍ଡି ହୋଇ ଆନ୍ଧ୍ରପ୍ରଦେଶ ତିରୁପତିର ଭେଙ୍କେଟେଶ୍ବର ମନ୍ଦିର ଯାଇଥିଲେ ।
୨ ଜଣ ପୁରୁଷ ଓ ଗୋଟିଏ ମହିଳାଙ୍କ ସହ ଜଣେ ଛୋଟ ପିଲା ମଧ୍ୟ ରହିଛି । ଏମାନେ ମନ୍ଦିର ସାମ୍ନାରେ ପହଞ୍ଚିବା ପରେ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା । ସେମାନେ ପିନ୍ଧିଥିବା ସୁନାକୁ ଦେଖି ଲୋକଙ୍କ ଆଖି ଖୋସି ହୋଇ ଯାଇଥିଲା । ପୁନେର ଏହି ପରିବାରର ସୁନା ପିନ୍ଧିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଭିଡିଓର ଲାଇକ, ସେୟାର ଓ ଭିୟୁ ତୀବ୍ର ବେଗରେ ବଢୁଛି ।