ବେଙ୍ଗାଲୁରୁ ଟେଷ୍ଟ; ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡ ବିଜୟୀ, ସଂଘର୍ଷ କରି ଶେଷରେ ହାରିଲା ଭାରତ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଟିମ୍ ଇଣ୍ଡିଆ ପରାସ୍ତ । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଠାରୁ ୮ ଓ୍ବିକେଟରେ ମାତ୍ ଖାଇଲା ରୋହିତ୍ ବାହିନୀ । ଅନ୍ତିମ ଦିନରେ କ୍ବିଓ୍ବି ଟିମ୍ ସମ୍ନାରେ ୧୦୭ ରନର ବିଜୟ ଲକ୍ଷ୍ୟ ଥିଲା । ପ୍ରଥମ ସେସନ୍ରେ ମାତ୍ର ଦୁଇଟି ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ଦଳ । ଏହା ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଟିମ୍ ୧-୦ରେ ଅଗ୍ରୀଣ ହୋଇଛି । ୩୬ ବର୍ଷ ପରେ କ୍ବିଓ୍ବି ଟିମ୍ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଇଥିଲା । ରବିବାର ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ସାମ୍ନାରେ ୧୦୭ରନ ବିଜୟ ଲକ୍ଷ୍ୟ ରହିିଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଆଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭ୍ରମଣକାରୀ କ୍ବିଓ୍ବି ଦଳ ୪୦୨ରନର ସଂଗ୍ରହ କରିବାରେ ସଫଳ ହୋଇଥିଲା । ସେପଟେ ଦ୍ବିତୀୟ ପାଳିରେ ଭାରତୀୟ ଦଳ ସର୍ଫରାଜ୍ ଖାନ ଏବଂ ରିଷଭ୍ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୪୬୨ ରନ୍ କରିଥିଲା । ଯାହାଫଳରେ ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ସାମ୍ନାରେ ୧୦୭ରନର ଲକ୍ଷ୍ୟ ରହିଥିଲା । ଆଜି ପ୍ରଥମ ସେସନରେ କ୍ବିଓ୍ବି ଟିମ୍ ମାତ୍ର ଦୁଇଟି ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ।
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଟିମ୍ ଇଣ୍ଡିଆ ପରାସ୍ତ । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଠାରୁ ୮ ଓ୍ବିକେଟରେ ମାତ୍ ଖାଇଲା ରୋହିତ୍ ବାହିନୀ । ଅନ୍ତିମ ଦିନରେ କ୍ବିଓ୍ବି ଟିମ୍ ସମ୍ନାରେ ୧୦୭ ରନର ବିଜୟ ଲକ୍ଷ୍ୟ ଥିଲା । ପ୍ରଥମ ସେସନ୍ରେ ମାତ୍ର ଦୁଇଟି ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ଦଳ । ଏହା ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଟିମ୍ ୧-୦ରେ ଅଗ୍ରୀଣ ହୋଇଛି । ୩୬ ବର୍ଷ ପରେ କ୍ବିଓ୍ବି ଟିମ୍ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିଛି ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଇଥିଲା । ରବିବାର ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ସାମ୍ନାରେ ୧୦୭ରନ ବିଜୟ ଲକ୍ଷ୍ୟ ରହିିଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଆଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭ୍ରମଣକାରୀ କ୍ବିଓ୍ବି ଦଳ ୪୦୨ରନର ସଂଗ୍ରହ କରିବାରେ ସଫଳ ହୋଇଥିଲା । ସେପଟେ ଦ୍ବିତୀୟ ପାଳିରେ ଭାରତୀୟ ଦଳ ସର୍ଫରାଜ୍ ଖାନ ଏବଂ ରିଷଭ୍ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୪୬୨ ରନ୍ କରିଥିଲା । ଯାହାଫଳରେ ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ସାମ୍ନାରେ ୧୦୭ରନର ଲକ୍ଷ୍ୟ ରହିଥିଲା । ଆଜି ପ୍ରଥମ ସେସନରେ କ୍ବିଓ୍ବି ଟିମ୍ ମାତ୍ର ଦୁଇଟି ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ।