ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ…
ପାଟଣା,୨୯ା୬(ବୀର କିଶୋର ଦାଶ): ନିଯୁକ୍ତି ଅନ୍ବେଷଣରେ ବେଙ୍ଗାଲୁରୁ ଯାଇଥିବା ଜଣେ ୨୬ବର୍ଷୀୟ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତ ମହୁଦୀପା ଗ୍ରାମର ନରେନ୍ଦ୍ର ନାଏକଙ୍କ ସାନ ପୁଅ ଦୀପକ ନାଏକ (୨୬)। ଘରେ ଶନିବାର ଅପରାହ୍ନରେ ରୋଜଗାରକ୍ଷମ ପୁଅର ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁଦାଣ୍ଡ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ସୂଚନାଯେ, ଦୀପକ କିଛି ମାସ ତଳେ ଗାଁ ଯୁବକଙ୍କ ସହିତ ମିଶି ବେଙ୍ଗାଲୁରୁ କୁ […] The post ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ… appeared first on Dharitri Odia News.
ପାଟଣା,୨୯ା୬(ବୀର କିଶୋର ଦାଶ): ନିଯୁକ୍ତି ଅନ୍ବେଷଣରେ ବେଙ୍ଗାଲୁରୁ ଯାଇଥିବା ଜଣେ ୨୬ବର୍ଷୀୟ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତ ମହୁଦୀପା ଗ୍ରାମର ନରେନ୍ଦ୍ର ନାଏକଙ୍କ ସାନ ପୁଅ ଦୀପକ ନାଏକ (୨୬)। ଘରେ ଶନିବାର ଅପରାହ୍ନରେ ରୋଜଗାରକ୍ଷମ ପୁଅର ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁଦାଣ୍ଡ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା।
ସୂଚନାଯେ, ଦୀପକ କିଛି ମାସ ତଳେ ଗାଁ ଯୁବକଙ୍କ ସହିତ ମିଶି ବେଙ୍ଗାଲୁରୁ କୁ କାମ କରିବାକୁ ଯାଇଥିଲେ।ସେଠାରେ ସେ ଅର୍ଗାନିକ ପ୍ଲାଷ୍ଟିକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ୨୬ଦିନ ତଳେ ବସାଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟି ଯିବାରୁ ଦୀପକଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଭିପି ମେଗ୍ନସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ୨୫ଦିନ ଚିକିତ୍ସା ହେବା ପରେ ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ନରେନ୍ଦ୍ର ଅତ୍ୟନ୍ତ ଦରିଦ୍ର ଥିବାରୁ ପୁଅର ମରଶରୀର ଆଣିବାକୁ ସମର୍ଥ ଥିବାରୁ ସେ ସାହାରପଡ଼ା ଅତିରିକ୍ତ ଶ୍ରମ ଅଧିକାରୀ ଦେବେନ୍ଦ୍ର ରାଜ ପାତ୍ରଙ୍କୁ ଯୋଗଯୋଗ କରିବା ପରେ ଶନିବାର ମର ଶରୀର ବାର୍ଗ ଫ୍ଲାଇଟ୍ରେ ଭୁବନେଶ୍ୱର ଓ ସେଠାରୁ ଆମ୍ବୁଲାନ୍ସରେ ଆଣିବା ପରେ ଗାଁଶ୍ମଶାନରେ ଶନିବାର ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏନେଇ
ସାହାରାପଡ଼ା ସହକାରୀ ଶ୍ରମ ଅଧିକାରୀ ଦେବେନ୍ଦ୍ର ରାଜ ପାତ୍ରଙ୍କୁ ପଚାରିବାରୁ ଜିଲାପାଳଙ୍କ ତରଫରୁ ପରିବାରକୁ ସହାୟତା ଯୋଗାଇ ଦେବା ସହ ଆମ ବିଭାଗ ତରଫରୁ ସରକାରୀ ସହାୟତା ଯୋଗାଇ ଦିଆଯିବ।
The post ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ… appeared first on Dharitri Odia News.