ବେଙ୍ଗାଲୁରୁରେ ଲଗାଣ ବର୍ଷା ; ୨୪ ଘଣ୍ଟାରେ ଚାଲିଗଲା ୩ ଜୀବନ

ବେଙ୍ଗାଲୁରୁ ୨୦।୦୫; ଅଦିନିଆ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଲଗାଣ ବର୍ଷା କାରଣରୁ ବୁଡିଛି ସହର । ସ୍ଥାନେ ସ୍ଥାନେ ଜମିଛି ବର୍ଷା ପାଣି ରାସ୍ତା ନଦୀ ପରି ଲାଗୁଛି। ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଛନ୍ତି ଏନଡିଆରଏଫ ଟିମ। ସବୁଠୁ ବଡ କଥା ହେଉଛି ଆଇଟି ସିଟି ବେଙ୍ଗାଲୁରୁ ର ତଳତଳିଆ ଅଞ୍ଚଳ ନୁହେଁ ମୁଖ୍ୟ ସହରାଞ୍ଚଳରେ ମଧ୍ୟ ଜମିଯାଇଛି ପାଣି । ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି।ସୋମବାର ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପାଣି ନିଷ୍କାସନ କରିବା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସକାଳେ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି। ଫଳରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।ମୃତକମାନେ ହେଉଛନ୍ତି ମନମୋହନ କାମଥ (୬୩) ଏବଂ ଦିନେଶ (୧୨)। ଏନେଇ ପୋଲିସ କହିଛି, ବିଟିଏମ୍ ଦ୍ୱିତୀୟ ଷ୍ଟେଜ୍ ନିକଟ ଏନଏସ ପାଲ୍ୟାରେ ଥିବା ମଧୁବନ ଆପାର୍ଟମେଣ୍ଟର ବାସିନ୍ଦା କାମଥ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଯାହାଫଳରେ ଜୀବନ ଚାଲିଯାଇଥିଲା। ସେହି ସମୟରେ, ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାମ କରୁଥିବା ଜଣେ ନେପାଳୀ ବ୍ୟକ୍ତିଙ୍କ ପୁଅ ଦିନେଶ ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ପୋଲିସ କହିଛି। ଉଭୟ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି।ସୂଚନା ଥାଉକି, ମହାଦେବପୁରାରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ୩୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି।

ବେଙ୍ଗାଲୁରୁରେ ଲଗାଣ ବର୍ଷା ; ୨୪ ଘଣ୍ଟାରେ ଚାଲିଗଲା ୩ ଜୀବନ

ବେଙ୍ଗାଲୁରୁ ୨୦।୦୫; ଅଦିନିଆ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଲଗାଣ ବର୍ଷା କାରଣରୁ ବୁଡିଛି ସହର । ସ୍ଥାନେ ସ୍ଥାନେ ଜମିଛି ବର୍ଷା ପାଣି ରାସ୍ତା ନଦୀ ପରି ଲାଗୁଛି। ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଛନ୍ତି ଏନଡିଆରଏଫ ଟିମ। ସବୁଠୁ ବଡ କଥା ହେଉଛି ଆଇଟି ସିଟି ବେଙ୍ଗାଲୁରୁ ର ତଳତଳିଆ ଅଞ୍ଚଳ ନୁହେଁ ମୁଖ୍ୟ ସହରାଞ୍ଚଳରେ ମଧ୍ୟ ଜମିଯାଇଛି ପାଣି । ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି।

ସୋମବାର ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପାଣି ନିଷ୍କାସନ କରିବା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସକାଳେ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି। ଫଳରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।

ମୃତକମାନେ ହେଉଛନ୍ତି ମନମୋହନ କାମଥ (୬୩) ଏବଂ ଦିନେଶ (୧୨)। ଏନେଇ ପୋଲିସ କହିଛି, ବିଟିଏମ୍ ଦ୍ୱିତୀୟ ଷ୍ଟେଜ୍ ନିକଟ ଏନଏସ ପାଲ୍ୟାରେ ଥିବା ମଧୁବନ ଆପାର୍ଟମେଣ୍ଟର ବାସିନ୍ଦା କାମଥ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଯାହାଫଳରେ ଜୀବନ ଚାଲିଯାଇଥିଲା। ସେହି ସମୟରେ, ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାମ କରୁଥିବା ଜଣେ ନେପାଳୀ ବ୍ୟକ୍ତିଙ୍କ ପୁଅ ଦିନେଶ ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ପୋଲିସ କହିଛି। ଉଭୟ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି।

ସୂଚନା ଥାଉକି, ମହାଦେବପୁରାରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ୩୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଶଶିକଳା। ସକାଳ ପ୍ରାୟ ୭ଟାରେ ଏକ ଘରୋଇ ସଂସ୍ଥାରେ ତାଙ୍କ ଘରର ସୁରକ୍ଷା ପାଇଁ ପହଞ୍ଚିଥିଲେ, ଯେତେବେଳେ ବର୍ଷା ଯୋଗୁ ଦୁର୍ବଳ ହୋଇଯାଇଥିବା  ଘର ସଫା କରୁଥିବା ସମୟରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଶଶିକଳା ୟଦଗିର ଜିଲ୍ଲାର ବାସିନ୍ଦା, ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।