ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ, ପିଜିରେ ରହୁଥିବା ଯୁବତୀଙ୍କୁ ଛୁରୀମାଡ଼

ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ । ବଡ଼ ବଡ଼ ସହରରେ ଥିବା ପେନ୍‌ଗେଷ୍ଟ ବା ପିଜି କେତେ ସୁରକ୍ଷିତ । ବାଙ୍ଗାଲୋରରେ ପିଜି ଭିତରେ ପଶି ଜଣେ ଯୁବତୀଙ୍କୁ ଆକ୍ରମଣର ସିସିଟିଭି ଦୃଶ୍ୟ ସାମନାକୁ ଆସିବା ପରେ ସୁରକ୍ଷାକୁ ପ୍ରଶ୍ନ ଉଠିଛି । ଛୁରିରେ ଆକ୍ରମଣ ଓ ଜୀବନ ନେବା କେତେ ଭୟଙ୍କର ଥିଲା ତାହା ଏହି ଦୃଶ୍ୟ ସାମ୍ନାକୁ ଆସିଛି । ଦୁର୍ବୃତ୍ତ ବେଙ୍ଗାଲୁରୁର ଏକ ମହିଳା ପିଜିରେ ପ୍ରବେଶ କରିଥିଲା । ୨୪ ବର୍ଷିୟ ଯୁବତୀଙ୍କୁ […] The post ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ, ପିଜିରେ ରହୁଥିବା ଯୁବତୀଙ୍କୁ ଛୁରୀମାଡ଼ appeared first on KNews Odisha.

ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ, ପିଜିରେ ରହୁଥିବା ଯୁବତୀଙ୍କୁ ଛୁରୀମାଡ଼
uaday pur crime

ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ । ବଡ଼ ବଡ଼ ସହରରେ ଥିବା ପେନ୍‌ଗେଷ୍ଟ ବା ପିଜି କେତେ ସୁରକ୍ଷିତ । ବାଙ୍ଗାଲୋରରେ ପିଜି ଭିତରେ ପଶି ଜଣେ ଯୁବତୀଙ୍କୁ ଆକ୍ରମଣର ସିସିଟିଭି ଦୃଶ୍ୟ ସାମନାକୁ ଆସିବା ପରେ ସୁରକ୍ଷାକୁ ପ୍ରଶ୍ନ ଉଠିଛି । ଛୁରିରେ ଆକ୍ରମଣ ଓ ଜୀବନ ନେବା କେତେ ଭୟଙ୍କର ଥିଲା ତାହା ଏହି ଦୃଶ୍ୟ ସାମ୍ନାକୁ ଆସିଛି । ଦୁର୍ବୃତ୍ତ ବେଙ୍ଗାଲୁରୁର ଏକ ମହିଳା ପିଜିରେ ପ୍ରବେଶ କରିଥିଲା । ୨୪ ବର୍ଷିୟ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ଆକ୍ରମଣ କରିଥିଲା । ଏହି ସମୟରେ ଅନ୍ୟ ରୁମରେ ଥିବା ପିଲାମାନେ ଦୌଡ଼ି ଆସିଥିଲେ । ଚିତ୍କାର କରୁଥିଲେ ବି ଆକ୍ରମଣ କରିଚାଲିଥିଲା ଦୁର୍ବୃତ୍ତ । ପିଜିରେ ରହୁଥିବା କ୍ରିତୀ କୁମାରୀ ରାତି ୯ଟା ହଷ୍ଟେଲକୁ ଫେରିଥିଲେ । ରାତି ୧୦.୩୦ ପରେ ପରେ ଦୁର୍ବୁତ୍ତ ପିଜିରେ ପ୍ରବେଶ କରିଥିଲା । ପୋଲିସ କହିଛି ୧୧ଟାରୁ ୧୧.୨୦ ଭିତରେ ଏହି ଘଟଣା ଘଟିଛି ।

କୋରାମଙ୍ଗାଲାର ପ୍ରଥମ କ୍ରସ ରୋଡ, ସିକ୍ସଥ୍ ବ୍ଲକ, ଭି.ଆର୍ ଲେଆଉଟ୍, ପିଜିର ତୃତୀୟ ମହଲାରେ ଘଟିଛି ଅଘଟଣ । ସେହି ରୁମରେ ପଶି ଏକାଧିକ ଥର ଛୁରିରେ ଭୁଷିବା ଗଳା କାଟି ଜୀବନ ନେଇଥିଲେ ଦୁର୍ବୃତ୍ତ । ପିଜିରେ ଯେଉଁଠି ସୁରକ୍ଷା ଓ ସର୍ଭିସ ପାଇଁ ପିଜି ବାହରୁ ଆସିଥିବା ଛାତ୍ରୀ କି କର୍ମଜୀବୀ ମହିଳାମାନଙ୍କ ପ୍ରଥମ ପସନ୍ଦ । କିନ୍ତୁ ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ।

The post ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ, ପିଜିରେ ରହୁଥିବା ଯୁବତୀଙ୍କୁ ଛୁରୀମାଡ଼ appeared first on KNews Odisha.