ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ,କୋଟି କୋଟି ଟଙ୍କାର ବାଲି ଲୁଟ୍ କରି ମାଲାମାଲ ମାଫିଆ
ନନ୍ଦିଘୋଷ ବ୍ୟୁରୋ: ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ ... The post ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ,କୋଟି କୋଟି ଟଙ୍କାର ବାଲି ଲୁଟ୍ କରି ମାଲାମାଲ ମାଫିଆ appeared first on .
ନନ୍ଦିଘୋଷ ବ୍ୟୁରୋ: ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ
ବାଲିଘାଟରୁ ବାହାର ରାଜ୍ୟକୁ ଚାଲିଛି ଚୋରାଚାଲାଣ
ବିଜେଡି କହିଲା ଲୁଟରେ ଶାସକ ଦଳ ସାମିଲ
ତଦନ୍ତ ଦାବି କରି ସ୍ବର ମିଳାଇଲା କଂଗ୍ରେସ
ଜବାବ ରଖିଲେ ଖଣି ମନ୍ତ୍ରୀ
ଲୁଟ୍ ହେଉଛି ଖଣିଜ ସମ୍ପଦ, ଚୁପ ବସିଛନ୍ତି ସରକାର। ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ କମ୍ପିଲା ବିଧାନସଭା। ବାଲି ଲୁଟ ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ। ରତ୍ନଗର୍ଭା ଓଡ଼ିଶାକୁ ଲୁଟ ଚାଲିଛି, ସାମିଲ ଅଛନ୍ତି ଶାସକ ଦଳର ସଦସ୍ୟ। ସରକାର ଖଣି ଲୁଟକୁ ସ୍ବୀକାର କରିବେ କି ବୋଲି ପ୍ରଶ୍ନ କରିଥିଲେ ଗଣେଶ୍ବର ବେହେରା। ଦୁର୍ନୀତିରେ ସରକାର ଶୂନ୍ୟ ସହନଶୀଳତା ବଦଳରେ ଆପଣାଇଛନ୍ତି ପୂର୍ଣ୍ଣ ସହନଶୀଳତା ନୀତି । ଲୁଟକୁ ରୋକିବା ପାଇଁ ତୁରନ୍ତ ଟାସ୍କଫୋର୍ସ ଗଠନ ସାଙ୍ଗକୁ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ଗଣେଶ୍ବର । ସେହିପରି ବାଲି ଚୋରିକୁ କିଏ ରୋକିବ ବୋଲି କହିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଭିନ୍ନ ରାଜ୍ୟକୁ ଚୋରାଚାଲାଣ ହେଉଛି ବାଲି। ପୂର୍ବରୁ ତହସିଲଦାରଙ୍କ ଅଧିନରେ ଥିଲା ବାଲି ଘାଟ। ହେଲେ ଏହାକୁ ଖଣି ବିଭାଗ ଅଧିନକୁ ଅଣାଯିବା ପରେ ରୋକା ଯାଇପାରୁନି ଚୋରାଚାଲାଣ। ଅନ୍ୟପଟେ ସୀମାରେ ରହିଛି ଢ଼ିଲା ସୁରକ୍ଷା ବ୍ୟବସ୍ଥା। ତେଣୁ ସରକାରଙ୍କ ଜାଣତରେ ସବୁ କିଛି ହେଉଛି ବୋଲି ଅଭିଯୋଗ କରିଛି ବିଜେଡି।
ରାଜ୍ୟରେ ୮ ମାସର ବିଜେପି ସରକାରରେ ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ ଉଠିଲା ପଡ଼ିଲା ଶୂନ୍ୟକାଳ। କିପରି ହେଉଛି ବାଲି ଚୋରା ଚାଲାଣ, ତାର ଅନୁଧ୍ୟାନ କରିଥିଲା ବିଧାନସଭା କମିଟି। ହେଲେ ଆଶ୍ଚର୍ଯ୍ୟର କଥା, ବିଧାନସଭା କମିଟି ସହ ବୁଲୁଛନ୍ତି ବାଲି ମାଫିଆ। ତେଣୁ ବାଲି ଚୋରି ରୋକିବାକୁ ଦାବି କରିଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ସଫେଇ ଦେଇ ଖଣି ମନ୍ତ୍ରୀ କହିଛନ୍ତି ଯେ, ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ନେଉଛନ୍ତି ସରକାର।
ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ହରିଲୁଟ ନେଇ ବିଧାନସଭା ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବାଲି ଚୋରା ଚାଲାଣ ସୀମା ଟପିଥିବା ବେଳେ, କେବେ ଭାଙ୍ଗିବ ସରକାରଙ୍କ ନିଦ ତାକୁ ନେଇ ଉଠିଛି ପ୍ରଶ୍ନ।
The post ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ,କୋଟି କୋଟି ଟଙ୍କାର ବାଲି ଲୁଟ୍ କରି ମାଲାମାଲ ମାଫିଆ appeared first on .