ବେବି ବମ୍ପ ସହ ନଜର ଆସିଲେ ଦୀପିକା ପାଦୁକୋନ୍, ସ୍ଵାମୀ ରଣବୀରଙ୍କ ସହ ଛୁଟି କାଟୁଥିବାର ଫଟୋ ଭାଇରାଲ

ମୁମ୍ଵାଇ ୦୭।୦୫: ବଲିଉଡର ପାୱାର କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଦୁହେଁ ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ପିଲାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଗର୍ଭଧାରଣ ହେତୁ ଦୀପିକାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁ ନାହିଁ । ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଭିନେତ୍ରୀ ତାଙ୍କ ଭ୍ୟାକେସନ୍‌ରେ ନିଜ ବେବି ବମ୍ପ ସହ ନଜର ଆସିଛନ୍ତି। ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଏକ କ୍ୟାଣ୍ଡଡ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଜାହାଜରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ଦୀପିକା କ୍ଲାସିକ୍ ନୀଳ ଜିନ୍ସ ଏବଂ ଧଳା ସ୍ନିକର୍ ସହିତ ଏକ ବାଦାମୀ ରଙ୍ଗର ଲମ୍ବା ଟି-ସାର୍ଟ ପିନ୍ଧିଥିଲେ । ଏହା ସହିତ ରଣବୀର ସମ୍ପୂର୍ଣ୍ଣ ଧଳା ପୋଷାକରେ ଦେଖାଯାଉଛନ୍ତି। ଏହି ଫଟୋରେ ଦୀପିକାଙ୍କ ଶିଶୁ ବେବି ବମ୍ପ ମଧ୍ୟ ଦୃଶ୍ୟମାନ ହେଉଛି ।View this post on InstagramA post shared by Butterscotch Busy (@butterscotchbusy)ରଣବୀର ଏବଂ ଦୀପିକାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଉଭୟ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଙ୍ଘମ୍‌ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, ଅକ୍ଷୟ କୁମାର, ଅର୍ଜୁନ କପୁର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଭିନୟ

ବେବି ବମ୍ପ ସହ ନଜର ଆସିଲେ ଦୀପିକା ପାଦୁକୋନ୍, ସ୍ଵାମୀ ରଣବୀରଙ୍କ ସହ ଛୁଟି କାଟୁଥିବାର ଫଟୋ ଭାଇରାଲ

ମୁମ୍ଵାଇ ୦୭।୦୫: ବଲିଉଡର ପାୱାର କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଦୁହେଁ ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ପିଲାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଗର୍ଭଧାରଣ ହେତୁ ଦୀପିକାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁ ନାହିଁ । ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଭିନେତ୍ରୀ ତାଙ୍କ ଭ୍ୟାକେସନ୍‌ରେ ନିଜ ବେବି ବମ୍ପ ସହ ନଜର ଆସିଛନ୍ତି। 

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଏକ କ୍ୟାଣ୍ଡଡ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଜାହାଜରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ଦୀପିକା କ୍ଲାସିକ୍ ନୀଳ ଜିନ୍ସ ଏବଂ ଧଳା ସ୍ନିକର୍ ସହିତ ଏକ ବାଦାମୀ ରଙ୍ଗର ଲମ୍ବା ଟି-ସାର୍ଟ ପିନ୍ଧିଥିଲେ । ଏହା ସହିତ ରଣବୀର ସମ୍ପୂର୍ଣ୍ଣ ଧଳା ପୋଷାକରେ ଦେଖାଯାଉଛନ୍ତି। ଏହି ଫଟୋରେ ଦୀପିକାଙ୍କ ଶିଶୁ ବେବି ବମ୍ପ ମଧ୍ୟ ଦୃଶ୍ୟମାନ ହେଉଛି ।



ରଣବୀର ଏବଂ ଦୀପିକାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଉଭୟ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଙ୍ଘମ୍‌ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, ଅକ୍ଷୟ କୁମାର, ଅର୍ଜୁନ କପୁର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ରଣବୀର କିଆରା ଆଡଭାନୀଙ୍କ ସହ ଡନ୍‌-୩ର ଏକ ଅଂଶ।  ଦୀପିକା କଲକିରେ ପ୍ରଭାସ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟାନୀଙ୍କ ସହ ନଜର ଆସିବେ।