ବେଲଗୁଣ୍ଠାରେ ସାଂସଦଙ୍କ ଦ୍ଵାରା ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ
ବେଲଗୁଣ୍ଠା, 06/02, ଆଜି ବେଲଗୁଣ୍ଠା ବ୍ଳକ୍ ପରିସରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍ ପଡ଼ିଥିବା ଅଠରଟି ପଂଚାୟତର 714 ପରିବାରକୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ୍ ବଣ୍ଟନ କରାଯାଇଛି I ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନ ତଥା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଡ୍ ବଣ୍ଟନ କରିଥିଲେ I ସ୍ୱାସ୍ଥ୍ୟ ଖରାପ […] The post ବେଲଗୁଣ୍ଠାରେ ସାଂସଦଙ୍କ ଦ୍ଵାରା ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ appeared first on Odisha.News.

ବେଲଗୁଣ୍ଠା, 06/02, ଆଜି ବେଲଗୁଣ୍ଠା ବ୍ଳକ୍ ପରିସରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍ ପଡ଼ିଥିବା ଅଠରଟି ପଂଚାୟତର 714 ପରିବାରକୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ୍ ବଣ୍ଟନ
କରାଯାଇଛି I ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନ ତଥା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଡ୍ ବଣ୍ଟନ କରିଥିଲେ I ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଯେପରି କାହାର ମଧ୍ୟ ମୃତ୍ୟୁ ନହୁଏ ସେଥିପ୍ରତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସଜାଗ ଅଛନ୍ତି ବୋଲି ସାଂସଦ ପ୍ରମିଳା ମାଆ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବ୍ଳକ୍ ଅଧକ୍ଷ ପ୍ରତିନିଧି ଉମା ନାୟକ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର,ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବେଣୀପୋଲି ସରପଞ୍ଚ ଦୁର୍ଗମାଧବ ନାୟକ,ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଯୋଗାଣ ନୀରିକ୍ଷକ ସୁବ୍ରତ କୁମାର ଚୌଧୂରୀ ସଂଯାଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପି ଇ ଓ ଅରୁଣ କୁମାର ମଲ୍ଲିକ ଙ୍କ ସହ ସମସ୍ତ ପି ଇ ଓ ମାନେ ସହଯୋଗ କରିଥିଲେ I
The post ବେଲଗୁଣ୍ଠାରେ ସାଂସଦଙ୍କ ଦ୍ଵାରା ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ appeared first on Odisha.News.