ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ
ଇସ୍ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍କୁ ଟାର୍ଗେଟକରି ରିମୋଟ୍ କଣ୍ଟ୍ରୋଲ୍ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ରହିଛନ୍ତି। ମସ୍ତୁଙ୍ଗ ଜିଲାର ସିଭିଲ୍ ହସ୍ପିଟାଲ ଚୌକ୍ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସକାଳ ୮ଟା ୩୫ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ସେଠାରେ ରଖାଯାଇଥିବା ଏକ ବାଇକ୍ରେ […] The post ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ appeared first on Dharitri Odia News.
ଇସ୍ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍କୁ ଟାର୍ଗେଟକରି ରିମୋଟ୍ କଣ୍ଟ୍ରୋଲ୍ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ରହିଛନ୍ତି। ମସ୍ତୁଙ୍ଗ ଜିଲାର ସିଭିଲ୍ ହସ୍ପିଟାଲ ଚୌକ୍ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସକାଳ ୮ଟା ୩୫ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ସେଠାରେ ରଖାଯାଇଥିବା ଏକ ବାଇକ୍ରେ ବିସ୍ଫୋରଣ ସାମଗ୍ରୀକୁ ଲୁଚାଇ ରଖାଯାଇଥିଲା। ଏହାକୁ ବିସ୍ଫୋରଣ ଘଟାଇବା ପାଇଁ ଆତଙ୍କବାଦୀମାନେ ରିମୋଟ୍ କଣ୍ଟ୍ରୋଲ ଡିଭାଇସ୍ ବ୍ୟବହାର କରିଥିଲେ। ସ୍କୁଲ୍ ନିକଟରେ ଥିବା ପୋଲିସର ମୋବାଇଲ୍ ଭ୍ୟାନ୍କୁ ଟାର୍ଗେଟ କରାଯାଇଥିବା କଲାଟ୍ ଡିଭିଜନ କମିଶନର କହିଛନ୍ତି। ପୋଲିସ ମୋବାଇଲ୍ ଉକ୍ତ ବାଇକ୍ର ନିକଟବର୍ତ୍ତୀ ହେବା ପରେ ସେଥିରେ ଖଞ୍ଜାଯାଇଥିବା ଆଇଇଡିକୁ ବିସ୍ଫୋରଣ କରାଯାଇଥିଲା। ଭ୍ୟାନ୍ଟି ଖସିଯାଇଥିବାବେଳେ ସ୍କୁଲ ଭ୍ୟାନ୍ ସମେତ କେତେକ ଅଟୋରିକ୍ସା କ୍ଷତିଗ୍ରସ୍ତ ହୋଇଥିଲା।
The post ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ appeared first on Dharitri Odia News.