ବେଲୁଚିସ୍ତାନ୍ରେ ଭୟଙ୍କର ବିସ୍ଫୋରଣ; ୪ ମୃତ, ୨୦ ଆହତ
ନୂଆଦିଲ୍ଲୀ ୧୯।୦୫; ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି। କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି କମରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୨୦ଜଣ ଆହତ ହୋଇଛନ୍ତି। ରବିବାର ବେଲୁଚିସ୍ତାନର କିଲ୍ଲା ଅବଦୁଲ୍ଲା ଜିଲାର ଜବ୍ବାର ମାର୍କେଟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯାହା ଫଳରେ କୋଠାଟି ବ୍ୟାପକ କ୍ଷତି ହେବା ସହ ଭୟର ଆତଙ୍କ ଖେଳିଯାଇଛି।ବିସ୍ଫୋରଣ ପରେ ଅନେକ ଦୋକାନ ଭୁଶୁଡ଼ି ପଡ଼ିଥିଲା ଏବଂ ଅନେକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏ ସମ୍ପର୍କରେ ଡେପୁଟି କମିଶନର ରିଆଜ ଖାନଙ୍କ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ କର୍ତ୍ତୃପକ୍ଷ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି। ପରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଅଞ୍ଚଳକୁ ଖାଲି କରାଯାଉଛି। କହିବାକୁ ଗଲେ ପ୍ରାୟ ଦୁଇ ଦଶନ୍ଧି ଧରି ବେଲୁଚିସ୍ତାନ ଅଶାନ୍ତିର ସମ୍ମୁଖୀନ ହୋଇଆସୁଛି।
ନୂଆଦିଲ୍ଲୀ ୧୯।୦୫; ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି। କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି କମରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୨୦ଜଣ ଆହତ ହୋଇଛନ୍ତି। ରବିବାର ବେଲୁଚିସ୍ତାନର କିଲ୍ଲା ଅବଦୁଲ୍ଲା ଜିଲାର ଜବ୍ବାର ମାର୍କେଟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯାହା ଫଳରେ କୋଠାଟି ବ୍ୟାପକ କ୍ଷତି ହେବା ସହ ଭୟର ଆତଙ୍କ ଖେଳିଯାଇଛି।

ବିସ୍ଫୋରଣ ପରେ ଅନେକ ଦୋକାନ ଭୁଶୁଡ଼ି ପଡ଼ିଥିଲା ଏବଂ ଅନେକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏ ସମ୍ପର୍କରେ ଡେପୁଟି କମିଶନର ରିଆଜ ଖାନଙ୍କ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ କର୍ତ୍ତୃପକ୍ଷ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି। ପରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଅଞ୍ଚଳକୁ ଖାଲି କରାଯାଉଛି। କହିବାକୁ ଗଲେ ପ୍ରାୟ ଦୁଇ ଦଶନ୍ଧି ଧରି ବେଲୁଚିସ୍ତାନ ଅଶାନ୍ତିର ସମ୍ମୁଖୀନ ହୋଇଆସୁଛି।