ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ

କିନଶାସା,୪।୨: କଙ୍ଗୋର ଗୋମା ସହର ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏମ୨୩ ବିଦ୍ରୋହୀମାନେ ସୋମବାର ମାନବିକତା ଦୃଷ୍ଟିରୁ ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଗତ ସପ୍ତାହରେ କଙ୍ଗୋର ପୂର୍ବ ଗୋମା ସହରରେ କଙ୍ଗୋ ସରକାରୀ ବାହିନୀ ଏବଂ ରୱାଣ୍ଡା ସମର୍ଥିତ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ […] The post ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ appeared first on Dharitri Odia News.

ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ

କିନଶାସା,୪।୨: କଙ୍ଗୋର ଗୋମା ସହର ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏମ୨୩ ବିଦ୍ରୋହୀମାନେ ସୋମବାର ମାନବିକତା ଦୃଷ୍ଟିରୁ ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ଗତ ସପ୍ତାହରେ କଙ୍ଗୋର ପୂର୍ବ ଗୋମା ସହରରେ କଙ୍ଗୋ ସରକାରୀ ବାହିନୀ ଏବଂ ରୱାଣ୍ଡା ସମର୍ଥିତ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) କହିଛି। ପ୍ରଥମେ ମୃତ୍ୟୁ ସଂଖ୍ୟା ୭୭୩ ବୋଲି କୁହାଯାଇଥିଲା, କିନ୍ତୁ ପାଞ୍ଚ ଦିନର ଭୟଙ୍କର ସଂଘର୍ଷ ପରେ, ଶୁକ୍ରବାର ସୁଦ୍ଧା ଗୋମାର ରାସ୍ତାରୁ ୯୦୦ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ସଂଘର୍ଷରେ ପ୍ରାୟ ୨,୯୦୦ ଲୋକ ଆହତ ହୋଇଛନ୍ତି।

ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି
କଙ୍ଗୋରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି, କିନଶାସାରେ ଥିବା ଭାରତୀୟ ଦୂତାବାସ ରବିବାର ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ବୁକାଭୁ ଅଞ୍ଚଳରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଦୂତାବାସ ପରାମର୍ଶ ଦେଇଛି। ଦୂତାବାସ ତିନୋଟି ପୃଥକ ପରାମର୍ଶ ଜାରି କରି ଭାରତୀୟମାନଙ୍କୁ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି।

The post ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ appeared first on Dharitri Odia News.