ବୈଠକ ପରେ ବୈଠକ, ଡିଫେନ୍ସ ସେକ୍ରେଟାରୀଙ୍କ ପରେ ଏବେ ମୋଦିଙ୍କ ବାସଭବନରୁ ବାହାରିଲେ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ ୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏହି କ୍ରମରେ ସୋମବାର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ବୈଠକ ବାୟୁସେନା ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନାର ଦିନକ ପରେ ହୋଇଛି ଓ ମନେ କରାଯାଉଛି ଦେଶର ସୁରକ୍ଷା ସ୍ଥିତିକୁ ନେଇ ଆଲୋଚନା ହୋଇଛି। ଏହା ପୂର୍ବରୁ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ଶନିବାର ପ୍ରଧାନମନ୍ତ୍ରୀଙ୍କୁ ଆରବ ସାଗରରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗର ସମଗ୍ର ସ୍ଥିତି ନେଇ ଅବଗତ କରାଇଥିଲେ। ପହଲଗାମରେ ଏପ୍ରିଲ ୨୨ ତାରିଖ ଦିନ ହୋଇଥିବା ଆତଙ୍କୀ ଗୁଳିକାଣ୍ଡର ତାର ‘ସୀମା ପାର’ରେ ଥିବାରୁ ଆକ୍ରମଣରେ ସାମିଲ ଲୋକଙ୍କୁ କଡ଼ା ଦଣ୍ଡ ଦେବାକୁ ସଂକଳ୍ପ କରାଯାଇଛି। ଏହା ପୂର୍ବରୁ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷ ପ୍ରତିରକ୍ଷା ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ସଶସ୍ତ୍ର ବଳଙ୍କୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଉପାୟ, ଲକ୍ଷ୍ୟ ଓ ସମୟ ଉପରେ ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ଆକ୍ରମଣର ଦିନକ ପରେ ପାକିସ୍ତାନ ଉପରେ ଅନେକ ଦଣ୍ଡାତ୍ମକ ନିଷ୍ପତ୍ତି ନେଇଥିଲା ଭାରତ। ଏଥିରେ ସିନ୍ଧୁ ଜଳ ସନ୍ଧିକୁ ନିଲମ୍ବନ କରାଯିବା ସହ ଅଟାରୀ-ୱାଘା ସୀମା ବନ୍ଦ କରିବା, ପାକିସ୍ତା

ବୈଠକ ପରେ ବୈଠକ, ଡିଫେନ୍ସ ସେକ୍ରେଟାରୀଙ୍କ ପରେ ଏବେ ମୋଦିଙ୍କ ବାସଭବନରୁ ବାହାରିଲେ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ ୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏହି କ୍ରମରେ ସୋମବାର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ବୈଠକ ବାୟୁସେନା ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନାର ଦିନକ ପରେ ହୋଇଛି ଓ ମନେ କରାଯାଉଛି ଦେଶର ସୁରକ୍ଷା ସ୍ଥିତିକୁ ନେଇ ଆଲୋଚନା ହୋଇଛି। 

ଏହା ପୂର୍ବରୁ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ଶନିବାର ପ୍ରଧାନମନ୍ତ୍ରୀଙ୍କୁ ଆରବ ସାଗରରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗର ସମଗ୍ର ସ୍ଥିତି ନେଇ ଅବଗତ କରାଇଥିଲେ। ପହଲଗାମରେ ଏପ୍ରିଲ ୨୨ ତାରିଖ ଦିନ ହୋଇଥିବା ଆତଙ୍କୀ ଗୁଳିକାଣ୍ଡର ତାର ‘ସୀମା ପାର’ରେ ଥିବାରୁ ଆକ୍ରମଣରେ ସାମିଲ ଲୋକଙ୍କୁ କଡ଼ା ଦଣ୍ଡ ଦେବାକୁ ସଂକଳ୍ପ କରାଯାଇଛି। ଏହା ପୂର୍ବରୁ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷ ପ୍ରତିରକ୍ଷା ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ସଶସ୍ତ୍ର ବଳଙ୍କୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଉପାୟ, ଲକ୍ଷ୍ୟ ଓ ସମୟ ଉପରେ ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। 

ଆକ୍ରମଣର ଦିନକ ପରେ ପାକିସ୍ତାନ ଉପରେ ଅନେକ ଦଣ୍ଡାତ୍ମକ ନିଷ୍ପତ୍ତି ନେଇଥିଲା ଭାରତ। ଏଥିରେ ସିନ୍ଧୁ ଜଳ ସନ୍ଧିକୁ ନିଲମ୍ବନ କରାଯିବା ସହ ଅଟାରୀ-ୱାଘା ସୀମା ବନ୍ଦ କରିବା, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲା କରି ସେମାନଙ୍କୁ ଦେଶରୁ ବାହାର କରିବାବା ଓ କୂଟନୈତିକ ସମ୍ପର୍କକୁ କମ କରିବା ସାମିଲ ଥିଲା। ଏହାର ଜବାବରେ ଭାରତୀୟ ବିମାନ ନିମନ୍ତେ ପାକିସ୍ତାନ ନିଜ ବାୟୁସୀମା ନିଷିଦ୍ଧ କରିବା ସହ ତୃତୀୟ ପକ୍ଷ ଦେଶଙ୍କ ଦ୍ୱାରା ହେଉଥିବା ବାଣିଜ୍ୟ ସମେତ ଭାରତ ସହ ସବୁ ପ୍ରକାରର ବାଣିଜ୍ୟ ବ୍ୟବସାୟ ବନ୍ଦ କରିଥିଲା। 

ତାଜା ଉପାୟରେ ଭାରତ ଜାତୀୟ ସୁରକ୍ଷା ଓ ଲୋକନୀତି ଆଧାରରେ ତତ୍କାଳ ପ୍ରଭାବରେ ପାକିସ୍ତାନ ସହ ସବୁ ପ୍ରକାର ବସ୍ତୁ ଆମଦାନୀ ଉପରେ ନିଷିଦ୍ଧାଦେଶ ଜାରି ହୋଇଛି। ପାକିସ୍ତାନ ସହ ସବୁ ପ୍ରକାରର ଡାକ ଓ ପାର୍ସଲ ସେବାକୁ ମଧ୍ୟ ନୂଆଦିଲ୍ଲୀ ନିଷିଦ୍ଧ କରିଥିବା ବେଳେ ପାକିସ୍ତାନୀ ପତାକା ଥିବା ଜାହାଜଙ୍କୁ ଭାରତୀୟ ବନ୍ଦର ପ୍ରବେଶ ନିଷିଦ୍ଧ କରିଛି।