ବୈତରଣୀରେ ବଢୁଛି ଜଳସ୍ତର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲୁଥିବାର ଦେଖାଯାଇଛି। ଏଥିଯୋଗୁ ବନ୍ୟା ଆଶଙ୍କା ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ସୋମବାର ସନ୍ଧ୍ୟା ସୁଦ୍ଧା ୧୭.୨୪ ମିଟରରେ ପହଞ୍ଚିଛି। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ଏହାବାଦ ଜିଲାରେ ହାରାହାରି ୨୪.୪୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ମଙ୍ଗଳବାର ପ୍ରବଳ ବର୍ଷା ହେବା ସମ୍ଭାବନା ବୋଲି ଦର୍ଶାଇ ପାଣିପାଗ ବିଭାଗ […] The post ବୈତରଣୀରେ ବଢୁଛି ଜଳସ୍ତର appeared first on Dharitri Odia News.

ବୈତରଣୀରେ ବଢୁଛି ଜଳସ୍ତର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲୁଥିବାର ଦେଖାଯାଇଛି। ଏଥିଯୋଗୁ ବନ୍ୟା ଆଶଙ୍କା ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ସୋମବାର ସନ୍ଧ୍ୟା ସୁଦ୍ଧା ୧୭.୨୪ ମିଟରରେ ପହଞ୍ଚିଛି। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ଏହାବାଦ ଜିଲାରେ ହାରାହାରି ୨୪.୪୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ମଙ୍ଗଳବାର ପ୍ରବଳ ବର୍ଷା ହେବା ସମ୍ଭାବନା ବୋଲି ଦର୍ଶାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଘୋଷଣା ହୋଇଛି। ଫଳରେ ମଙ୍ଗଳବାର ରାତି ସୁଦ୍ଧା ବୈତରଣୀର ତଳମୁଣ୍ଡରେ ଜଳପତ୍ତନ ଆହୁରି ବୃଦ୍ଧି ଘଟିପାରେ। ଅତୀତରେ ବୈତରଣୀ ତଳମୁଣ୍ଡ ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ନଜିର ରହିଛି। ଫଳରେ ୧୦ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିଲା। ତେଣୁ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।

The post ବୈତରଣୀରେ ବଢୁଛି ଜଳସ୍ତର appeared first on Dharitri Odia News.