ନୟାଗଡ଼ର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲ୍‌ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି…

ନୟାଗଡ଼,୨୫ା୮(ଲୋକନାତ ମିଶ୍ର): ରବିବାର ନୟାଗଡ଼ ଜିଲାର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ମୁଖ୍ୟ ଜେଲ୍‌ ସମେତ ଜିଲାର ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ସବ୍‌ଜେଲ୍‌ରେ ଆଜି ଭୋର୍‌ ସମୟରୁ ଏହି ଚଢ଼ାଉ ହୋଇଛି। ଜେଲ୍‌ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ସୂଚନା ମିଳିବା ପରେ ଚଢ଼ାଉ ହୋଇଥିଲା। ଜିଲାର ବରିଷ୍ଠ ପୋଲିସ ଅଧିକାରୀ,ସ୍ଥାନୀୟ ପୋଲିସ ଏବଂ ମ୍ୟାଜିଷ୍ଟ୍ରେଟ୍‌ଙ୍କୁ ନେଇ ଏହି ଚଢ଼ାଉ ହୋଇଛି। ନୟାଗଡ଼ ଜେଲ୍‌ ଭିତରେ ବିଭିନ୍ନ ବେଆଇନ ସାମଗ୍ରୀ ଦେଖି ପୋଲିସ […] The post ନୟାଗଡ଼ର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲ୍‌ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି… appeared first on Dharitri Odia News.

ନୟାଗଡ଼ର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲ୍‌ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି…

ନୟାଗଡ଼,୨୫ା୮(ଲୋକନାତ ମିଶ୍ର): ରବିବାର ନୟାଗଡ଼ ଜିଲାର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ମୁଖ୍ୟ ଜେଲ୍‌ ସମେତ ଜିଲାର ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ସବ୍‌ଜେଲ୍‌ରେ ଆଜି ଭୋର୍‌ ସମୟରୁ ଏହି ଚଢ଼ାଉ ହୋଇଛି। ଜେଲ୍‌ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ସୂଚନା ମିଳିବା ପରେ ଚଢ଼ାଉ ହୋଇଥିଲା। ଜିଲାର ବରିଷ୍ଠ ପୋଲିସ ଅଧିକାରୀ,ସ୍ଥାନୀୟ ପୋଲିସ ଏବଂ ମ୍ୟାଜିଷ୍ଟ୍ରେଟ୍‌ଙ୍କୁ ନେଇ ଏହି ଚଢ଼ାଉ ହୋଇଛି। ନୟାଗଡ଼ ଜେଲ୍‌ ଭିତରେ ବିଭିନ୍ନ ବେଆଇନ ସାମଗ୍ରୀ ଦେଖି ପୋଲିସ ତାଜୁବ ହୋଇଯାଇଛି। ଜେଲ୍‌ ଅନ୍ତେବାସୀଙ୍କଠାରୁ ପ୍ରାୟ ୧୫ ହଜାର ଟଙ୍କା,ବିଡ଼ି, ସିଗାରେଟ୍‌, ଖଇନି ଏବଂ ଦିଆସିଲି ବହୁମାତ୍ରାରେ ଜବତ କରାଯାଇଛି।
ସେହିପରି ଦଶପଲ୍ଲା ଉପକାରାଗାରରୁ ବ୍ୟାପକ ମାଦକ ଦ୍ରବ୍ୟ ମିଳିଛି। ବିପୁଳ ପରିମାଣର ଗୁଟ୍‌ଖା, ଖଇନି, ବିଡି ସହ ବ୍ଲେଡ୍‌ ଜବତ ହୋଇଛି। ଅନୁମତି ନ ଥିବା ସତ୍ତ୍ୱେ ଜେଲ୍‌ ଭିତରକୁ ଗୁଟ୍‌ଖା, ବିଡ଼ି କେମିତି ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜେଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

The post ନୟାଗଡ଼ର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲ୍‌ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି… appeared first on Dharitri Odia News.