ଜମି ଦେବାକୁ କହି ମନ୍ତ୍ରୀଙ୍କଠାରୁ ଠକିନେଲେ ୨୫ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ

ଢେଙ୍କାନାଳ,୨୯ା୭(ରତନ ନାୟାର):ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ କରାଯିବା ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଗତ ୨୬ ତାରିଖରେ ମନ୍ତ୍ରୀ ପାତ୍ର ତାଙ୍କ ଓକିଲଙ୍କ ଜରିଆରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନାରେ ନଂ. ୫୦୦/୨୫ରେ ଏକ ମାମଲା ରୁଜୁ କରାଯାଇଛି। ଟଙ୍କା ଦେବା ବାବଦ କାଗଜପତ୍ରକୁ […] The post ଜମି ଦେବାକୁ କହି ମନ୍ତ୍ରୀଙ୍କଠାରୁ ଠକିନେଲେ ୨୫ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ appeared first on Dharitri Odia News.

ଜମି ଦେବାକୁ କହି ମନ୍ତ୍ରୀଙ୍କଠାରୁ ଠକିନେଲେ ୨୫ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ

ଢେଙ୍କାନାଳ,୨୯ା୭(ରତନ ନାୟାର):ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ କରାଯିବା ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଗତ ୨୬ ତାରିଖରେ ମନ୍ତ୍ରୀ ପାତ୍ର ତାଙ୍କ ଓକିଲଙ୍କ ଜରିଆରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନାରେ ନଂ. ୫୦୦/୨୫ରେ ଏକ ମାମଲା ରୁଜୁ କରାଯାଇଛି। ଟଙ୍କା ଦେବା ବାବଦ କାଗଜପତ୍ରକୁ ପୋଲିସ ଜବତ କରି ଏ ସଂକ୍ରାନ୍ତରେ ତନାଘନା ଚଳାଇଛି।
ଅଭିଯୋଗରୁ ଜଣାପଡିଛି, ଢେଙ୍କାନାଳ ସଦର ଥାନା ବଣସିଂହ ଅଞ୍ଚଳର ନିରଞ୍ଜନ ଶତପଥୀ ୨୦୨୧ ମସିହାରେ କୃଷ୍ଣଚନ୍ଦ୍ରଙ୍କୁ ଏକ ଜମି ଦେବାକୁ କହି ତାଙ୍କଠାରୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ସେ ଜମି ଦେଲେ ନାହିଁ କି ଟଙ୍କା ମଧ୍ୟ ଫେରାଇଲେ ନାହିଁ। ଜମି ଦେବାକୁ କୃଷ୍ଣଚନ୍ଦ୍ର ବାରମ୍ବାର କହିବା ସତ୍ତ୍ୱେ ନିରଞ୍ଜନ ଜମି ଦେଇ ନ ଥିଲେ। ଟଙ୍କା ମଧ୍ୟ ଫେରାଇ ନ ଥିଲେ। ଏପରି କି ନିରଞ୍ଜନ ଦେଇଥିବା ୨ଟି ଚେକ୍‌ ବାଉନ୍ସ ହୋଇଯାଇଥିଲା। ଫଳରେ ଚେକ୍‌ ବାଉନ୍ସ ନେଇ ନିରଞ୍ଜନଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସେଥିରେ ସେ ଜାମିନରେ ଆସିଥିବା ନିରଞ୍ଜନଙ୍କ ସୂଚନାରୁ ଜଣାପଡିଛି। ଏହି ଘଟଣା ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି। ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି, ଅଭିଯୋଗ ପାଇଛୁ। ଥାନାରେ ମାମଲା ରୁଜୁ ହୋଇଛି। କାଗଜପତ୍ରକୁ ଯାଞ୍ଚ କରାଯାଉଛି।

The post ଜମି ଦେବାକୁ କହି ମନ୍ତ୍ରୀଙ୍କଠାରୁ ଠକିନେଲେ ୨୫ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ appeared first on Dharitri Odia News.