ବୈଷ୍ଣୋଦେବୀଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ନୂଆପଡ଼ା/କୋମନା,୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ତାଙ୍କ ପରିବାର ସହ ଗୁରୁବାର ନୂଆପଡ଼ା ଜିଲା କୋମନାସ୍ଥିତ ମନ୍ଦିରରେ ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିଛନ୍ତି। ସୂଚନା ମୁତାବକ ମଧ୍ୟାହ୍ନ ସମୟରେ ଛତିଶଗଡରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସାଇ ଆସି କ୍ରିଷ୍ଣା ପବ୍ଲିକ ସ୍କୁଲ ପଡିଆରେ ଅବତରଣ କରିଥିଲେ। ସେଠାରୁ ସଡ଼କ ପଥରେ ଯାଇ ସେ କୋମନାଠାରେ ପହଞ୍ଚି ଥିଲେ। କୋମନା ନିବାସୀ ସଦନ ତିୱାରୀଙ୍କ ବୈଷ୍ଣୋଦେବୀ ମନ୍ଦିରରେ ନବରାତ୍ର ଚାଲିଥିବାରୁ ସେଥିରେ ସେ […] The post ବୈଷ୍ଣୋଦେବୀଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ନୂଆପଡ଼ା/କୋମନା,୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ତାଙ୍କ ପରିବାର ସହ ଗୁରୁବାର ନୂଆପଡ଼ା ଜିଲା କୋମନାସ୍ଥିତ ମନ୍ଦିରରେ ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିଛନ୍ତି। ସୂଚନା ମୁତାବକ ମଧ୍ୟାହ୍ନ ସମୟରେ ଛତିଶଗଡରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସାଇ ଆସି କ୍ରିଷ୍ଣା ପବ୍ଲିକ ସ୍କୁଲ ପଡିଆରେ ଅବତରଣ କରିଥିଲେ।
ସେଠାରୁ ସଡ଼କ ପଥରେ ଯାଇ ସେ କୋମନାଠାରେ ପହଞ୍ଚି ଥିଲେ। କୋମନା ନିବାସୀ ସଦନ ତିୱାରୀଙ୍କ ବୈଷ୍ଣୋଦେବୀ ମନ୍ଦିରରେ ନବରାତ୍ର ଚାଲିଥିବାରୁ ସେଥିରେ ସେ ସପରିବାର ଯୋଗଦେଇ ଦେବୀଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।
ଏଥିରେ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ସାଏ, ଉତ୍ତର ବିଧାୟକ ପୁରନ୍ଦର ମିଶ୍ର ମା’ଙ୍କ ଦର୍ଶନ କରିଥିଲେ। ଏହି ସମୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ, ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ପୂର୍ବତନ ଏମ୍ପି ବସନ୍ତ କୁମାର ପଣ୍ଡା, ଖରିଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ, ଭାଜପା ଜିଲା ସଭାପତି କମଲେଶ ଦୀକ୍ଷିତ, ଅଭିନନ୍ଦନ ପଣ୍ଡା ଓ ଶତାଧିକ ଭାଜପା କର୍ମକର୍ତ୍ତା ସାମିଲ ଥିଲେ। କିଛିମାସ ପୂର୍ବେ ତାଙ୍କ ଧର୍ମପତ୍ନୀ ଏଠାକୁ ଆସି ମା’ଙ୍କ ଦର୍ଶନ କରିଥିଲେ। ବର୍ତ୍ତମାନ ଚୈତ୍ର ନବରାତ୍ର ଚାଲିଥିବାରୁ ସପରିବାର ଆସି ଦେବୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ପଡ଼ୋଶୀ ରାଜ୍ୟ ହୋଇଥିବାରୁ ଓଡ଼ିଶା ସହ ଆମର ସବୁବେଳେ ସୁସମ୍ପର୍କ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସାଇ କହିଥିଲେ l
The post ବୈଷ୍ଣୋଦେବୀଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ appeared first on Dharitri Odia News.