ବୋଧହୁଏ ଭୁଲ ସମୟରେ ଜନ୍ମ ହୋଇଛି ଇଭିଏମ୍: କାହିଁକି ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୭।୬: ଇଭିଏମ ଅର୍ଥାତ୍ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ପ୍ରତ୍ୟେକ ନିର୍ବାଚନରେ ବହୁ ଚର୍ଚ୍ଚିତ ହୋଇଥାଏ। ପ୍ରାୟତଃ ବିରୋଧୀ ଦଳର ନେତାମାନେ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାନ୍ତି। ଏଥି ସହିତ ନିର୍ବାଚନ ଆୟୋଗଙ୍କୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡେ। ଏବେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଛି। ଏହା ସହିତ ଆଚରଣ ସଂହିତା ମଧ୍ୟ ହଟାଇ ଦିଆଯାଇଛି। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ହସି ହସି ଇଭିଏମ ଉପରେ ହୋଇଥିବାପ୍ରଶ୍ନରେ ଏମିତି […] The post ବୋଧହୁଏ ଭୁଲ ସମୟରେ ଜନ୍ମ ହୋଇଛି ଇଭିଏମ୍: କାହିଁକି ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର appeared first on Dharitri Odia News.
ନୂଆଦିଲ୍ଲୀ,୭।୬: ଇଭିଏମ ଅର୍ଥାତ୍ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ପ୍ରତ୍ୟେକ ନିର୍ବାଚନରେ ବହୁ ଚର୍ଚ୍ଚିତ ହୋଇଥାଏ। ପ୍ରାୟତଃ ବିରୋଧୀ ଦଳର ନେତାମାନେ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାନ୍ତି। ଏଥି ସହିତ ନିର୍ବାଚନ ଆୟୋଗଙ୍କୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡେ। ଏବେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଛି। ଏହା ସହିତ ଆଚରଣ ସଂହିତା ମଧ୍ୟ ହଟାଇ ଦିଆଯାଇଛି। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ହସି ହସି ଇଭିଏମ ଉପରେ ହୋଇଥିବାପ୍ରଶ୍ନରେ ଏମିତି କିଛି କହିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି।
ରାଜୀବ କୁମାର ଥଟ୍ଟା କରି କହିଛନ୍ତି, ବର୍ତ୍ତମାନ ଇଭିଏମକୁ କିଛି ଦିନ ବିଶ୍ରାମ ଦିଅନ୍ତୁ। ତାକୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ବିଶ୍ରାମ ଦିଅନ୍ତୁ। ତା’ପରେ ସେ ବାହାରକୁ ଆସିବ। ବ୍ୟାଟେରୀ ବଦଳିବ, କାଗଜ ବଦଳିବ। ତା’ପରେ ପୁଣି ସେ ଗାଳି ଖାଇବ ଏବଂ ଫଳାଫଳ ସ୍ପଷ୍ଟ ଭାବରେ କହିବ। ବୋଧହୁଏ ସେ ଭୁଲ ସମୟରେ ଜନ୍ମ ହୋଇଥିଲା।
ସେ ଆହୁରି କହିଛନ୍ତି, ଗତ ୨୦-୨୨ ବର୍ଷ ଧରି ଇଭିଏମ ସଠିକ ଫଳାଫଳ ଦେଖାଉଛି। ଏହା ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ଏବଂ ସବୁ କ୍ଷେତ୍ରରେ ନିରପେକ୍ଷ କାର୍ଯ୍ୟ କରିଛି।
ଏହାପୂର୍ବରୁ ରାଜୀବ କୁମାର ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ସହ ଜଡିତ ସମସ୍ତ ପ୍ରଶ୍ନ ଏବଂ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଭୋଟିଂ ମେଶିନ ୧୦୦ ପ୍ରତିଶତ ସୁରକ୍ଷିତ। ଦେଶର ଅଦାଲତ ୪୦ଥର ଇଭିଏମ ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବର୍ତ୍ତମାନ କୋର୍ଟ ମଧ୍ୟ ଜରିମାନା ଆଦାୟ ଆରମ୍ଭ କରିଛନ୍ତି।
The post ବୋଧହୁଏ ଭୁଲ ସମୟରେ ଜନ୍ମ ହୋଇଛି ଇଭିଏମ୍: କାହିଁକି ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର appeared first on Dharitri Odia News.