ବୋନ୍ ହେଲ୍ଥ
ବୟସ ବଢିବା ସହିତ ଆମର ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ତେବେ ଏହା ଯେ କେବଳ ବୃଦ୍ଧା ଅବସ୍ଥାରେ ହେବ ତାହା ନୁହେଁ । ଏହା କମ ବୟସ ଯେପରି ୪୦ ବର୍ଷ ପରେ ମଧ୍ୟ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ତେଣୁ କିଛି ଉପାୟ ରହିଛି, ଯାହାକୁ ବ୍ୟବହାର କରି ଆପଣ ନିଜର ବୋନ୍ ହେଲ୍ଥକୁ ଭଲ ରଖିପାରିବେ । – ସବୁବେଳେ ଆକଫିଭ ରୁହନ୍ତୁ । ମୁଣ୍ଡ ସହିତ ଶାରୀରିକ […]

ବୟସ ବଢିବା ସହିତ ଆମର ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ତେବେ ଏହା ଯେ କେବଳ ବୃଦ୍ଧା ଅବସ୍ଥାରେ ହେବ ତାହା ନୁହେଁ । ଏହା କମ ବୟସ ଯେପରି ୪୦ ବର୍ଷ ପରେ ମଧ୍ୟ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ତେଣୁ କିଛି ଉପାୟ ରହିଛି, ଯାହାକୁ ବ୍ୟବହାର କରି ଆପଣ ନିଜର ବୋନ୍ ହେଲ୍ଥକୁ ଭଲ ରଖିପାରିବେ ।
– ସବୁବେଳେ ଆକଫିଭ ରୁହନ୍ତୁ । ମୁଣ୍ଡ ସହିତ ଶାରୀରିକ ସ୍ତରରେ ଆକଫିଭ ରହିବା ଦ୍ୱାରା ଆମର ବୋନ୍ ଷ୍ଟ୍ରଙ୍ଗ ହୋଇଥାଏ । ଆମ ଶରୀର ଏକ ଯନ୍ତ୍ରଭଳି ତେଣୁ ଏହାର ସବୁ ଅଙ୍ଗର ବ୍ୟବହାରର ଆବଶ୍ୟକତା ରହିଛି । ସେଥିପାଇଁ ସବୁବେଳେ ଗୋଟିଏ ସ୍ଥାନରେ ବସି ନରହି ଚଲାବୁଲା ଏବଂ କିଛି ଶାରିରୀକ ପରିଶ୍ରମ କରନ୍ତୁ ।
– ବୋନ୍କୁ ହେଲ୍ଦି ରଖିବା ପାଇଁ ଆଉ ଏକ ଉପାୟ ହେଲା ନିଜର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଅଧିକ ଓଜନ ଆପଣଙ୍କର ବୋନ୍ ପାଇଁ ସମସ୍ୟା ପାଲଟିପାରେ । ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ।
– ଆଉ ଏକ ଉପାୟ ହେଲା ନିଜକୁ ହାଇଡ୍ରେଟ୍ ରଖନ୍ତୁ । ବୋନ୍କୁ ଷ୍ଟ୍ରଙ୍ଗ୍ ରଖିବା ପାଇଁ ପାଣି ଅଧିକ ପିଅନ୍ତୁ । ପାଣି କମିଲେ ହାଡ ବିନ୍ଧା ହେବାର ସମ୍ଭାବନା ବେଶି ରହିଥାଏ । ପାଣି ପିଇବା ଦ୍ୱାରା ଆମ ଶରୀରରେ ସାଇନୋଭିଆଲ ନାମକ ଏକ ଫ୍ଲìଇଡ୍ ନିଗର୍ତ ହୋଇଥାଏ, ଯାହା ଆମର ଆଣ୍ଠୁ ଗଣ୍ଠିକୁ ଶକ୍ତ କରିଥାଏ ।