ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ ଢିନୋଟି ମୋଟର ସାାଇକେଲରେ ଆସି ମୁହଁରେ କଳା କପଡା ବାନ୍ଧି ଗୋରୁ ବେପାରୀଙ୍କ ଉପରେ ୨ ରାଉଣ୍ଡ ଗୁଳି ସହିତ ବୋମା ମାଡ କରି ମାଡ଼ ଏକ ବୋଲେରୋ ସହିତ ୧୪ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଜିରାଳ ସାପ୍ତାହିକ ହାଟକୁ ଗୋରୁ କିଣିବା ପାଇଁ […] The post ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା appeared first on Dharitri Odia News.

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ ଢିନୋଟି ମୋଟର ସାାଇକେଲରେ ଆସି ମୁହଁରେ କଳା କପଡା ବାନ୍ଧି ଗୋରୁ ବେପାରୀଙ୍କ ଉପରେ ୨ ରାଉଣ୍ଡ ଗୁଳି ସହିତ ବୋମା ମାଡ କରି ମାଡ଼ ଏକ ବୋଲେରୋ ସହିତ ୧୪ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଜିରାଳ ସାପ୍ତାହିକ ହାଟକୁ ଗୋରୁ କିଣିବା ପାଇଁ ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳରୁ ୫ ଜଣ ବ୍ୟବସାୟୀ ଏକ ବୋଲେରୋ ଯୋଗେ ଗୋରୁ କିଣିବା ପାଇଁ ଆସିଥିଲେ। ୫ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଆସି ପ୍ରଥମେ ଗାଡ଼ିରେ ବସିଥିବା ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା। ପରେ ଗାଡିକୁ ସିଧାସଳଖ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୁତ୍ତ। ଏବଂ ଦୁର୍ବୃତ୍ତମାନେ ବୋଲେରୋ ଗାଡ଼ିରେ ଥିବା ୧୪ଲକ୍ଷ ଟଙ୍କାର ଟଙ୍କା ବ୍ୟାଗ ସହ ବୋଲେରୋ ଗାଡିଟିକୁ ଲୁଟି ନେଇଥିଲେ। ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା appeared first on Dharitri Odia News.