ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେ ନାଏକ ହୋଇଥିବା ବେଳେ ସେ ବଳଦିଆମାଲ ଗ୍ରାମର ବୋଲି ଜଣାପଡ଼ିଛି। ଖବର ପାଇ ସମ୍ପର୍କୀୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ସ୍ଥାନୀୟ […] The post ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା appeared first on Dharitri Odia News.

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେ ନାଏକ ହୋଇଥିବା ବେଳେ ସେ ବଳଦିଆମାଲ ଗ୍ରାମର ବୋଲି ଜଣାପଡ଼ିଛି। ଖବର ପାଇ ସମ୍ପର୍କୀୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ।

ସୂଚନାନୁଯାୟୀ, ସହଦେବ ଗାଧୋଇବା ପାଇଁ ନିକଟିସ୍ଥ ହାତୀ ନଦୀକୁ ସାଇକେଲରେ ଯାଉଥିଲେ। ଏହି ସମୟରେ ଛକ ନିକଟରେ ଅଟକି ଥିବା ଏକ ବୋଲେରୋ ରାସ୍ତା ପଟକୁ ଡୋର୍‌ଟି ହଠାତ୍‌ ଖୋଲିଦେବା ପରେ ସହଦେବ ବୋଲେରୋରେ ପିଟି ହୋଇ ଜାତୀୟ ରାଜପଥକୁ ପଡ଼ିଯାଇଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ହାଇଓ୍ବା ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ସହଦେବଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଥିବା ଗାଡ଼ିର ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି କ୍ଷତିପୂରଣ ଦାବିରେ ବଳଦିଆମାଳ ଛକ ଓ ଏବେ ହାତୀ ନଦୀ ନିକଟରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି।

The post ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା appeared first on Dharitri Odia News.