ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଟଳିପଡ଼ିଲେ ଶାଶୁ
ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗର ପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଘଟଣାସ୍ଥଳରେ ଟଳିପଡ଼ିଛନ୍ତି ଶାଶୁ। ମୃତ ବୋହୂ ଆନନ୍ଦିନୀ ସାହୁ ଏବଂ ଶାଶୁଙ୍କ ନାଁ ଜମ୍ବୁବତୀ ସାହୁ। ବୋହୁ ଆନନ୍ଦିନୀଙ୍କ ମୃତଦେହ ଘରୁ ଭିତରୁ ଠାବ ହୋଇଥିଲା। ନିକଟରେ ଟଳି ପଡ଼ିଥିଲେ ଶାଶୁ। ପରିବାର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି। ଆସନ୍ତାକାଲି ମୃତଦେହ […] The post ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଟଳିପଡ଼ିଲେ ଶାଶୁ appeared first on Dharitri Odia News.
ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗର ପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଘଟଣାସ୍ଥଳରେ ଟଳିପଡ଼ିଛନ୍ତି ଶାଶୁ। ମୃତ ବୋହୂ ଆନନ୍ଦିନୀ ସାହୁ ଏବଂ ଶାଶୁଙ୍କ ନାଁ ଜମ୍ବୁବତୀ ସାହୁ। ବୋହୁ ଆନନ୍ଦିନୀଙ୍କ ମୃତଦେହ ଘରୁ ଭିତରୁ ଠାବ ହୋଇଥିଲା। ନିକଟରେ ଟଳି ପଡ଼ିଥିଲେ ଶାଶୁ। ପରିବାର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ହେବ। ବୋହୂର ମୃତଦେହ ଦେଖି ଶାଶୁଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ଅନ୍ୟପଟେ ଝିଅ ଘର ଲୋକେ ଶାଶୁଘର ଲୋକ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ବଲାଙ୍ଗୀର ଟାଉନ ପୋଲିସ ତଦନ୍ତ ଜାରୀ ରଖିଛି।
The post ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଟଳିପଡ଼ିଲେ ଶାଶୁ appeared first on Dharitri Odia News.