ବୌଦ୍ଧରେ ଭାରତର ବନ୍ଦର ପ୍ରଭାବ ; ଦୋକାନ ବଜାର ସହ ଗାଡି ଚଳାଚଳ ଠପ
ବୌଦ୍ଧ ୨୧।୦୮: ବୌଦ୍ଧରେ ଭାରତର ବନ୍ଦ ଡାକରାର ମହାପ୍ରଭାବ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଛନ୍ତି । ଆଦି ସ୍ଥାନରେ ପିକେଟିଂ କରି ଗାଡି ମଟର ବନ୍ଦ କରିଛନ୍ତି । ଏହି ବନ୍ଦ ପ୍ରଭାବରେ ବସ୍, ଟ୍ରକ ଆଦି ସମସ୍ତ ପ୍ରକାର ଯାନବାହନ ସେବା ବନ୍ଦ ରହିଥିବାବେଳେ ସ୍କୁଲ କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଛି। କେବଳ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଲେ ସବୁ କିଛି ବନ୍ଦ ରହିଛି । ଗତ ଅଗଷ୍ଟ ୧ତାରିଖ ଦିନ ସୁପ୍ରୀମ କୋର୍ଟ ଦେଇଥିବା କ୍ରୀମିଲୟରଙ୍କୁ ସଂରକ୍ଷଣ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆଗାମି ଦିନରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ଏହି ମିଳିତ ମଞର କର୍ମକର୍ତା ମାନେ ।
ବୌଦ୍ଧ ୨୧।୦୮: ବୌଦ୍ଧରେ ଭାରତର ବନ୍ଦ ଡାକରାର ମହାପ୍ରଭାବ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଛନ୍ତି । ଆଦି ସ୍ଥାନରେ ପିକେଟିଂ କରି ଗାଡି ମଟର ବନ୍ଦ କରିଛନ୍ତି ।
ଏହି ବନ୍ଦ ପ୍ରଭାବରେ ବସ୍, ଟ୍ରକ ଆଦି ସମସ୍ତ ପ୍ରକାର ଯାନବାହନ ସେବା ବନ୍ଦ ରହିଥିବାବେଳେ ସ୍କୁଲ କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଛି।
କେବଳ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଲେ ସବୁ କିଛି ବନ୍ଦ ରହିଛି । ଗତ ଅଗଷ୍ଟ ୧ତାରିଖ ଦିନ ସୁପ୍ରୀମ କୋର୍ଟ ଦେଇଥିବା କ୍ରୀମିଲୟରଙ୍କୁ ସଂରକ୍ଷଣ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆଗାମି ଦିନରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ଏହି ମିଳିତ ମଞର କର୍ମକର୍ତା ମାନେ ।