ବୌଦ୍ଧରେ ହେବ ତ୍ରିମୁଖୀ ଲଢ଼େଇ
ବୌଦ୍ଧ,୮ା୪( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଛନ୍ତି। ଏଥର ନିର୍ବାଚନରେ ବୌଦ୍ଧ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ଯୁବନେତା ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଭାଜପାର ପ୍ରାର୍ଥୀ ହୋଇଥିବା ବେଳେ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ଭାଜପା ପ୍ରାର୍ଥୀ […] The post ବୌଦ୍ଧରେ ହେବ ତ୍ରିମୁଖୀ ଲଢ଼େଇ appeared first on Dharitri Odia News.
ବୌଦ୍ଧ,୮ା୪( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଛନ୍ତି। ଏଥର ନିର୍ବାଚନରେ ବୌଦ୍ଧ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ଯୁବନେତା ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଭାଜପାର ପ୍ରାର୍ଥୀ ହୋଇଥିବା ବେଳେ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ଭାଜପା ପ୍ରାର୍ଥୀ ସରୋଜ ଓ ବିଜେଡି ପ୍ରାର୍ଥୀ ଅମାତ ପ୍ରଚାର ଆରମ୍ଭ କରିଥିବା ବେଳେ ରବିବାର ଦିନ ବୌଦ୍ଧର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ପୀଠରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ନବକୁମାର ପୂଜାର୍ଚ୍ଚନା କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତିି। ଏହି ଅବସରରେ ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତର ବଘାରପାଲିସ୍ଥିତ ଶୈବପୀଠରେ ପହଞ୍ଚତ୍ ବାବା ଚନ୍ଦ୍ରଶେଖରଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। କଂଗ୍ରେସର ଗ୍ୟାରେଣ୍ଟି ଇସ୍ତାହାର ନେଇ ବଘାରପାଲ୍ଲୀ, ସାନବଙ୍କାପଡା ଏବଂ ବଡବଙ୍କାପଡା ପ୍ରଭୃତି ଗ୍ରାମର ଘରକୁ ଘର ବୁଲି ଇସ୍ତାହାର ପତ୍ର ବଣ୍ଟନ କରିବା ସହିତ କଂଗ୍ରେସକୁ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଲୋକମାନେ ପ୍ରାର୍ଥୀ ମିଶ୍ରଙ୍କୁ ସ୍ବାଗତ କରିଥିଲେ। ପ୍ରଚାରରେ ଜିଲା କଂଗ୍ରେସ ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର, ଉପସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ, ଆଇନଜୀବୀ ତାରିଣି ଜେନା, ଅର୍ଜ୍ଜୁନ ମହାନନ୍ଦିଆ, ବେଣୁଧର ମେହେର, ବୁଦ୍ଧଦେବ ପ୍ରଧାନ, ରୋହିତାଶ୍ୱ ବେହେରା, ପ୍ରମୋଦ ପ୍ରଧାନ, ପୌଲସ୍ତି ପ୍ରଧାନ, ଜୟନ୍ତ ପାଣିଗ୍ରାହୀ, ପ୍ରଦୀପ ଦାସ, ଉମେଶ ବେଜି, ମଙ୍ଗଳୁ ମେହେର, ସୁଧାଂଶୁ କହଁର, ଉଦ୍ଧବ ବେହେରା ପ୍ରମୁଖ ସାମିଲ ଥିଲେ।
The post ବୌଦ୍ଧରେ ହେବ ତ୍ରିମୁଖୀ ଲଢ଼େଇ appeared first on Dharitri Odia News.