ବିରାଟ ଗଛ ପାଇଲା ନୂଆ ରୂପ
ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା ଏହି ପାର୍କରେ ଏକ ବିରାଟ ୧୦୦ ଫୁଟ୍ର ୟେଲୋ ପୋପଲାର ଗଛରେ ଲଗାଯାଇଛି ଅନେକ ଝୁଲା। ଯେଉଁଥିରେ ବସି ପିଲାମାନେ ବେଶ୍ ମଜା ଉଠାନ୍ତି। କେବଳ ସେତିକି ନୁହେଁ ଏହି ଗଛର ଗଣ୍ଡିର କିଛି ଅଂଶକୁ କାଟି ଚେୟାର ଟେବୁଲ କରାଯାଇଛି। ଫଳରେ ଲୋକେ ଏଠି ଆରାମରେ ବସି ପ୍ରକୃତିର […] The post ବିରାଟ ଗଛ ପାଇଲା ନୂଆ ରୂପ appeared first on Dharitri Odia News.
ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା ଏହି ପାର୍କରେ ଏକ ବିରାଟ ୧୦୦ ଫୁଟ୍ର ୟେଲୋ ପୋପଲାର ଗଛରେ ଲଗାଯାଇଛି ଅନେକ ଝୁଲା। ଯେଉଁଥିରେ ବସି ପିଲାମାନେ ବେଶ୍ ମଜା ଉଠାନ୍ତି। କେବଳ ସେତିକି ନୁହେଁ ଏହି ଗଛର ଗଣ୍ଡିର କିଛି ଅଂଶକୁ କାଟି ଚେୟାର ଟେବୁଲ କରାଯାଇଛି। ଫଳରେ ଲୋକେ ଏଠି ଆରାମରେ ବସି ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ। ଗଛର ବିରାଟଗଣ୍ଡିର ମଝି ଭାଗରେ ଏକ ଛୋଟ ଘର ବା କିଓସ୍କ ବି କରାଯାଇଛି। ଯାହାର କାଚ ଝରକାକୁ ଏହି ଗଛର ପତ୍ର ଲଗାଇ ସଜାଯାଇଛି। ଉକ୍ତ କିଓସ୍କରେ ପର୍ଯ୍ୟଟକଙ୍କୁ ଯେଉଁ ସୁପ୍ ଦିଆଯାଏ ତାହା ଉକ୍ତ ଗଛର ଛାଲିରୁ ବାହାର କରାଯାଇଥିବା ସିରପ୍ରୁ ପ୍ରସ୍ତୁତ କରାଯାଇଥାଏ। ଗଛର ଶାଖାଗୁଡ଼ିକରେ ସୁନ୍ଦର ଲାଇଟ୍ ବି ଲଗାଯାଇଛି। ଫଳରେ ସନ୍ଧ୍ୟାବେଳେ ଏହାର ଦୃଶ୍ୟ ବହୁତ ମନୋରମ ଲାଗେ।
The post ବିରାଟ ଗଛ ପାଇଲା ନୂଆ ରୂପ appeared first on Dharitri Odia News.