କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ
ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜେଡିର ସାଲିସ୍ ନୀତି ଯୋଗୁ ଏବେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେଉଛି। ଏହି କ୍ରମରେ ଗୁଣପୁର ଓ ରାୟଗଡ଼ାରେ ବିଜେଡି ଗଡ଼ ଭୁଶୁଡ଼ିପଡ଼ିଛି ବୋଲି ଭକ୍ତ କହିଛନ୍ତି। ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କଠାରୁୁ ଆରମ୍ଭ କରି ସରପଞ୍ଚ […] The post କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ appeared first on Dharitri Odia News.
ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜେଡିର ସାଲିସ୍ ନୀତି ଯୋଗୁ ଏବେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେଉଛି। ଏହି କ୍ରମରେ ଗୁଣପୁର ଓ ରାୟଗଡ଼ାରେ ବିଜେଡି ଗଡ଼ ଭୁଶୁଡ଼ିପଡ଼ିଛି ବୋଲି ଭକ୍ତ କହିଛନ୍ତି।
ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କଠାରୁୁ ଆରମ୍ଭ କରି ସରପଞ୍ଚ ଓ ଓ୍ବାର୍ଡମେମ୍ବରଙ୍କ ପର୍ଯ୍ୟନ୍ତ ଅନେକ ବିଜେଡି କର୍ମୀ ଏବେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କଂଗ୍ରେସର ଏହି ମିଶ୍ରଣ ଅଭିଯାନ ଜାରି ରହିବ। ଆଗାମୀ ଦିନରେ କଂଗ୍ରେସ ରାଜ୍ୟବାସୀଙ୍କ ବିକଳ୍ପ ହେବ ବୋଲି ଭକ୍ତ କହିଛନ୍ତି।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଲକ୍ଷ୍ମୀଙ୍କ ସହିତ ତିନିଶହରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ଅବସରରେ ଭକ୍ତ କହିଲେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୁଡ଼ାରି ବ୍ଲକ ଅଧ୍ୟକ୍ଷ, ଉପସଭାପତି, ଯୁବ ସଭାପତି, ଛାତ୍ର ସଭାପତି, ସମିତି ସଭ୍ୟ, ସରପଞ୍ଚ ଓ ତିନିଶହରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଂଗ୍ରେସ ଦଳରେ ଯୋଗଦେଇଛନ୍ତି।
କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କର ଜନସେବା, ରାୟଗଡ଼ା ଏବଂ କୋରାପୁଟ ଜିଲାର ବିକାଶ ପାଇଁ ତାଙ୍କର ସଂକଳ୍ପ ଓ ନିର୍ଭର ପ୍ରତିଶ୍ରୁତି ହିଁ କଂଗ୍ରେସରେ ଯୋଗଦେବାକୁ ସେମାନଙ୍କୁ ଉତ୍ସାହିତ କରିଥିଲା।
ଏହି ଅବସରରେ ଗୁଡ଼ାରି ବ୍ଲକ ବିଜେଡି ସଭାପତି କାଶୀ ବଳିଆରସିଂ ପ୍ରମୁଖଙ୍କୁ ପିସିସି ସଭାପତି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଧାୟକ ସାଗର ଦାସ, ପୂର୍ବତନ ରାୟଗଡ଼ା ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ସାଂସଦ ନକୁଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ appeared first on Dharitri Odia News.