ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ,୧୨।୩: ଚଣ୍ଡିଗଡ ହରିୟାଣା ରାଜନୀତିରୁ ଏକ ବଡ ଖବର ଆସିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇପାରନ୍ତି। ବର୍ତ୍ତମାନ ସଞ୍ଜୟ ଭାଟିଆ ଏବଂ ନାଏବ ସୌନି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ହରିୟାଣା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇପାରେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ସୂଚନାନୁସାରେ, ଲୋକ ସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ହରିୟାଣା ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବାହ୍ନ ୧୧.୩୦ ସମୟରେ ଚଣ୍ଡିଗଡ଼ର ହରିୟାଣା ନିବାସରେ ମୁଖ୍ୟମନ୍ତ୍ରୀ ମନୋହର […] The post ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା appeared first on Dharitri Odia News.

ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ,୧୨।୩: ଚଣ୍ଡିଗଡ ହରିୟାଣା ରାଜନୀତିରୁ ଏକ ବଡ ଖବର ଆସିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇପାରନ୍ତି। ବର୍ତ୍ତମାନ ସଞ୍ଜୟ ଭାଟିଆ ଏବଂ ନାଏବ ସୌନି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ହରିୟାଣା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇପାରେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି।

ସୂଚନାନୁସାରେ, ଲୋକ ସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ହରିୟାଣା ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବାହ୍ନ ୧୧.୩୦ ସମୟରେ ଚଣ୍ଡିଗଡ଼ର ହରିୟାଣା ନିବାସରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ। ଏହ ବୈଠକରେ ସମସ୍ତ ଭାଜପା ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହିବେ। ଏହା ବ୍ୟତୀତ ଭାଜପା ସମର୍ଥିତ ସ୍ବାଧୀନ ବିଧାୟକମାନେ ମଧ୍ୟ ଏହି ସଭାରେ ଯୋଗଦେବେ।

ହରିୟାଣାରେ ମନୋହର ଲାଲ ସରକାରଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ସେଠାରେ ଭାଜପା ଏବଂ ଜେଜେପିର ଏକ ମିଳିତ ସରକାର ଅଛି। ୨୦୧୯ରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ୯୦ଟି ଆସନ ମଧ୍ୟରୁ ୪୦ଟି ଜିତିଥିଲା। କିନ୍ତୁ ଏହା ସଂଖ୍ୟାଗରିଷ୍ଠତା ସ୍ପର୍ଶ କରିପାରିନଥିଲା। ଯେଉଁଠାରେ କଂଗ୍ରେସ ୩୧ଟି ଆସନ ପାଇଥିଲା। ଏଥି ସହିତ ଜନତା ଜନନାୟକ ପାର୍ଟି ୧୦ଟି ସିଟ ଜିତିଥିଲା ଏବଂ ଭାଜପା ଜେଜେପି ସହିତ ସରକାର ଗଠନ କରିଥିଲା।

The post ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା appeared first on Dharitri Odia News.