‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା,୫।୨(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶାର ନୂଆ ସରକାରଙ୍କ ଅଭିନବ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଖୋର୍ଦ୍ଧା ଜିଲାର ଜଙ୍କିଆ ମିନି ଷ୍ଟାଡିୟମ ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ। ଏହା ଦ୍ୱାରା ନୂତନ ସରକାରଙ୍କ ଉତ୍କର୍ଷ ଓଡିଶା- ୨୦୩୬ର ରୂପାନ୍ତରଣରେ ଏହା ସହଯୋଗ କରିବେ ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦେବ ବୋଲି […] The post ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଖୋର୍ଦ୍ଧା,୫।୨(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶାର ନୂଆ ସରକାରଙ୍କ ଅଭିନବ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଖୋର୍ଦ୍ଧା ଜିଲାର ଜଙ୍କିଆ ମିନି ଷ୍ଟାଡିୟମ ଠାରେ ଶୁଭାରମ୍ଭ ହୋଇଯାଇଛି।
ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ। ଏହା ଦ୍ୱାରା ନୂତନ ସରକାରଙ୍କ ଉତ୍କର୍ଷ ଓଡିଶା- ୨୦୩୬ର ରୂପାନ୍ତରଣରେ ଏହା ସହଯୋଗ କରିବେ ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବ। ପ୍ରତିବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକଧ୍ରଣ ପାଇଁ ଖର୍ଚ୍ଚ ହେବ। ଏହି ଯୋଜନାରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ବିକାଶର ସୁଦୃଢୀକରଣ, ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଆଭ୍ୟନ୍ତରୀଣ ଓ ଆନ୍ତ ଗ୍ରାମ୍ୟ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀ ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟାନ୍ବୟନ ଯୋଜନା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟଜଳ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ରହିଥିଲେ। ଶାସନ ସଚିବ ଗିରିଶ ଏସଏନ ସ୍ବାଗତ ଭାଷଣରେ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ପ୍ରମୁଖ ସମ୍ମାନିତ ଅତିଥି ଯୋଗ ଦେଇ ଥିଲେ। ଜିଲାପାଳ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ।
The post ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.