ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ…
ଗାଜା,୬।୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସୈନ୍ୟବାହିନୀ ଗାଜା ଷ୍ଟ୍ରିପକୁ କାବୁ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହି ସମୟରେ, ହମାସ ପାଖରେ ଥିବା ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ଇସ୍ରାଏଲ ସେନା ଏକ ବଡ଼ ପର୍ଦ୍ଦାଫାଶ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ସେମାନେ ଗାଜାର ହମାସ ଘାଟିରୁ ବିପୁଳ ମରିମାଣର ଚାଇନାର ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏଥିରେ […] The post ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ… appeared first on Dharitri Odia News.
ଗାଜା,୬।୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସୈନ୍ୟବାହିନୀ ଗାଜା ଷ୍ଟ୍ରିପକୁ କାବୁ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହି ସମୟରେ, ହମାସ ପାଖରେ ଥିବା ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ଇସ୍ରାଏଲ ସେନା ଏକ ବଡ଼ ପର୍ଦ୍ଦାଫାଶ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ସେମାନେ ଗାଜାର ହମାସ ଘାଟିରୁ ବିପୁଳ ମରିମାଣର ଚାଇନାର ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏଥିରେ କ୍ୟୁବିଜେଡ ଆଟାକ ରାଇଫଲ , ଗ୍ରେନେଡ ଏବଂ କ୍ୟୁଏଲଜେଡ ୮୭ ସ୍ବୟଂଚାଳିତ ଗ୍ରେନେଡ ଅନ୍ତର୍ଭୁକ୍ତ। ଏହା ସହିତ ହମାସ ଚାଇନାରୁ ଏମ-୧୬ ରାଇଫଲ ବୁଲେଟ ମଧ୍ୟ ପାଇଛି। ହମାସ ଚାଇନାରୁ ଅନେକ ଉଚ୍ଚ-ବୈଷୟିକ ଗୁପ୍ତଚର ଉପକରଣ ମଧ୍ୟ ପାଇଛି।
ଇସ୍ରାଏଲର ଅନୁସନ୍ଧାନକାରୀମାନେ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛନ୍ତି ଏହି ଉପକରଣଗୁଡ଼ିକ କିପରି ହମାସ ପାଖରେ ପହଞ୍ଚିଛି। ଚାଇନା ସିଧାସଳଖ ହମାସକୁ ଅସ୍ତ୍ର ଯୋଗାଉଛି କି ନାହିଁ ତାହା ଚିନ୍ତା କରାଯାଉଛି। ଇସ୍ରାଏଲର ଗୁପ୍ତଚର ଅଧିକାରୀ କହିଛନ୍ତି ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ କାରଣ ଗାଜା ଯୁଦ୍ଧ ପୂର୍ବରୁ ଚାଇନା ସହ ଆମର ସମ୍ପର୍କ ବହୁତ ଭଲ ଥିଲା। କିନ୍ତୁ ବର୍ତ୍ତମାନ ଆମକୁ ହମାସ ପାଖରୁ ଚାଇନାର ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ପ୍ରଶ୍ନ ହେଉଛି ହମାସ ଏହି ଅସ୍ତ୍ରଗୁଡ଼ିକୁ ସିଧାସଳଖ ଚାଇନାରୁ ଗ୍ରହଣ କରିଛି କି ନାହିଁ।
ଇସ୍ରାଏଲ ଅଧିକାରୀ କହିଛନ୍ତି, ହମାସ ପାଖରୋ ପୂର୍ବରୁ ଏହି ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ଉପକରଣ ନ ଥିଲା। ହମାସ ପାଖରେ ମଧ୍ୟ ସାଂଘାତିକ ବିସ୍ଫୋରକ ସାମଗ୍ରୀ ଥିବା ଦେଖିବାକୁ ମିଳିଛି ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ତାହା ମଧ୍ୟ ବିପୁଳ ପରିମାଣରେ ରହିଛି ।
ହମାସ ଆକ୍ରମଣ ପରେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ମଧ୍ୟ ଚାଇନାର ରାଷ୍ଟ୍ରପତି ଶି ଜନପିଙ୍ଗଙ୍କ ସରକାର ସମର୍ଥନ କରିନାହାନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ଗାଜାରେ ଇସ୍ରାଏଲର କାର୍ଯ୍ୟ ଆତ୍ମରକ୍ଷା ସୀମା ବାହାରେ। ବାସ୍ତବରେ ଚାଇନା ସମଗ୍ର ପଶ୍ଚିମ ଏସିଆରେ ଏହାର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛି ଯାହା ଦ୍ୱ ାରା ଆମେରିକା ପଛରେ ରହିଯିବ। ବିଶେଷଜ୍ଞମାନେ କହିଛନ୍ତି ଏତେ ପରିମାଣରେ ଚାଇନା ଅସ୍ତ୍ରଶସ୍ତ୍ର ଜବତ ହେବା ବେଜିଂର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ମଧ୍ୟ ଆଶଙ୍କା କରାଯାଉଛି ଚାଇନା ଏହି ଅସ୍ତ୍ରଶସ୍ତ୍ରକୁ ଇରାନ ମାଧ୍ୟମରେ ହମାସକୁ ବିକ୍ରି କରିଛି।
The post ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ… appeared first on Dharitri Odia News.