ସିବିଏସ୍‌ଇ କ୍ଲଷ୍ଟର-୨ ଆଥ୍‌ଲେଟିକ୍‌ ମିଟ୍‌ରେ ସଫଳତା

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବରାହଗୁଡ଼ାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ କିଟ୍‌, ଭୁବନେଶ୍ୱରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର୍‌-୨ ଆଥ୍‌ଲେଟିକ୍‌ ମିଟ୍‌ରେ ବିପୁଳ ସଫଳତା ଅର୍ଜନ କରି ସମୁଦାୟ ୩ଟି ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ପଦକ ସହ ୧୦ଟି ପଦକ ଲାଭ କରିଛନ୍ତି। କରନ୍‌ ତରିଆ ଅଣ୍ଡର-୧୪ ବାଳକ ବର୍ଗର ୮୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ, ସ୍ନିଗ୍ଧା ସୌଜନ୍ୟା ମିଶ୍ର ଅଣ୍ଡର-୧୪ ବାଳିକା ୮୦୦ ମିଟର ଦୌଡ଼ରେ ରୌପ୍ୟ, […] The post ସିବିଏସ୍‌ଇ କ୍ଲଷ୍ଟର-୨ ଆଥ୍‌ଲେଟିକ୍‌ ମିଟ୍‌ରେ ସଫଳତା appeared first on Dharitri Odia News.

ସିବିଏସ୍‌ଇ କ୍ଲଷ୍ଟର-୨ ଆଥ୍‌ଲେଟିକ୍‌ ମିଟ୍‌ରେ ସଫଳତା

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବରାହଗୁଡ଼ାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ କିଟ୍‌, ଭୁବନେଶ୍ୱରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର୍‌-୨ ଆଥ୍‌ଲେଟିକ୍‌ ମିଟ୍‌ରେ ବିପୁଳ ସଫଳତା ଅର୍ଜନ କରି ସମୁଦାୟ ୩ଟି ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ପଦକ ସହ ୧୦ଟି ପଦକ ଲାଭ କରିଛନ୍ତି। କରନ୍‌ ତରିଆ ଅଣ୍ଡର-୧୪ ବାଳକ ବର୍ଗର ୮୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ, ସ୍ନିଗ୍ଧା ସୌଜନ୍ୟା ମିଶ୍ର ଅଣ୍ଡର-୧୪ ବାଳିକା ୮୦୦ ମିଟର ଦୌଡ଼ରେ ରୌପ୍ୟ, ରାଜ ସଲିବ ବାର୍ଲା ଅଣ୍ଡର-୧୭ ବାଳକ ବର୍ଗ ୮୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ, ପିୟୁଷ ସେଠ ଅଣ୍ଡର-୧୭ ବାଳକ ବର୍ଗ ଟ୍ରିପଲ ଜମ୍ପରେ କାଂସ୍ୟ, ଆଶୁତୋଷ କୁମାର ସିଂହ ଅଣ୍ଡର-୧୯ ବାଳକ ବର୍ଗ ଜେଭ୍‌ଲିନ୍‌ ଥ୍ରୋରେ କାଂସ୍ୟ, ରଜନୀ ଭୋଇ ଅଣ୍ଡର-୧୭ ବାଳିକା ବର୍ଗ ୨୦୦ମିଟର ଦୌଡ଼ରେ ରୌପ୍ୟ, ଅଣ୍ଡର୍‌-୧୭ ବାଳକ ବର୍ଗ ରିଲେ ରେସ୍‌ରେ ରୌପ୍ୟ, ଅଣ୍ଡର୍‌-୧୯ ବାଳକ ବର୍ଗ ରିଲେ ରେସ୍‌ରେ କାଂସ୍ୟ, ଅଣ୍ଡର-୧୭ ବାଳିକା ବର୍ଗ ରିଲେ ରେସରେ କାଂସ୍ୟ, ଅଣ୍ଡର-୧୭ ବାଳିକା ବର୍ଗ ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟର କ୍ରୀଡ଼ା ବିଭାଗର ମୁଖ୍ୟ ତଥା ସିବିଏସ୍‌ଇ ପର୍ଯ୍ୟବେକ୍ଷକ ପିତାମ୍ବର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିବା କ୍ରୀଡ଼ାବିତ୍‌ମାନେ ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ବାରଣାସୀର ଅତୁଳାନନ୍ଦ କନ୍‌ଭେଣ୍ଟରେ ଅକ୍ଟୋବର ୬ରୁ ୧୦ ତାରିଖ ଯାଏ ହେବାକୁ ଥିବା ନ୍ୟାଶନାଲ ଆଥ୍‌ଲେଟିକ୍‌ ମିଟ୍‌ରେ ଭାଗ ନେବେ। ଏହି ସଫଳତା ପାଇଁ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍‌ ଡି. ମୁରଲୀ କ୍ରୀଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ, ଡାଇରେକ୍ଟର ଡଃ ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର ଏକ୍‌ଜିକ୍ୟୁଟିଭ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ କୃତୀ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ସିବିଏସ୍‌ଇ କ୍ଲଷ୍ଟର-୨ ଆଥ୍‌ଲେଟିକ୍‌ ମିଟ୍‌ରେ ସଫଳତା appeared first on Dharitri Odia News.