ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହେଲା ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର,୧ା୪(ସୁବାସ ଚନ୍ଦ୍ର ପାଢ଼ୀ): ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ସେବା ଯୋଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୋଲିସ ବାହିନୀ ଗୁରୁଦାୟିତ୍ୱ ତୁଲାଉଛି। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। ଜନସାଧାରଣଙ୍କ ସହଯୋଗରେ ପୋଲିସର ଦକ୍ଷତା ଓ ମନବଳ ବୃଦ୍ଧି ହୋଇଥାଏ। କାରଣ ପୋଲିସର ଦକ୍ଷତା ସର୍ବସାଧାରଣ ସହଯୋଗ ଉପରେ ନିର୍ଭର କରେ। ସୋମବାର ବ୍ରହ୍ମପୁର ଏସ୍‌.ପି ଡା.ସର୍ବଣା ବିବେକ ଏମ୍‌ଙ୍କ ସଂଯୋଜନାରେ ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ୮୯ତମ […] The post ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହେଲା ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ appeared first on Dharitri Odia News.

ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହେଲା ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର,୧ା୪(ସୁବାସ ଚନ୍ଦ୍ର ପାଢ଼ୀ): ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ସେବା ଯୋଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୋଲିସ ବାହିନୀ ଗୁରୁଦାୟିତ୍ୱ ତୁଲାଉଛି। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। ଜନସାଧାରଣଙ୍କ ସହଯୋଗରେ ପୋଲିସର ଦକ୍ଷତା ଓ ମନବଳ ବୃଦ୍ଧି ହୋଇଥାଏ। କାରଣ ପୋଲିସର ଦକ୍ଷତା ସର୍ବସାଧାରଣ ସହଯୋଗ ଉପରେ ନିର୍ଭର କରେ। ସୋମବାର ବ୍ରହ୍ମପୁର ଏସ୍‌.ପି ଡା.ସର୍ବଣା ବିବେକ ଏମ୍‌ଙ୍କ ସଂଯୋଜନାରେ ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉତ୍ସବ ଅନୁଷ୍ଠିତ ହୋଇଥିଲା।

The post ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହେଲା ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ appeared first on Dharitri Odia News.