ବ୍ରାଉନସୁଗାର ଜବତ, ୨ ମହିଳାଙ୍କ ସମେତ ୩ ଗିରଫ
ସୋହେଲା,୨୩ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଲାଲ ମନ୍ଦିର ଛକ ପାଖ ଉପରପଡ଼ାରେ ବେଆଇନ ନିଶା କାରବାର ଏବଂ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବହୁଦିନରୁ ଅଭିଯୋଗ ହେଉଥିଲା। ତେବେ ଗୁରୁବାର ସୋହେଲା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ସବ୍ଇନ୍ସପେକ୍ଟର ଅରୂପ ବାରେକ୍ଙ୍କ ନେତୃତ୍ୱରେ ମହିଳା ସବ୍ଇନ୍ସପେକ୍ଟର ଅନିମା ଏକ୍କା ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ଉପରପଡ଼ାର ରୁକସାର ବାନୋ ଏବଂ ଅଫରୋଜା ବାନୋଙ୍କ ଘର ଉପରେ ଚଢାଉ କରିଥିଲେ। ପୋଲିସ ସେମାନଙ୍କ […] The post ବ୍ରାଉନସୁଗାର ଜବତ, ୨ ମହିଳାଙ୍କ ସମେତ ୩ ଗିରଫ appeared first on Dharitri Odia News.
ସୋହେଲା,୨୩ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଲାଲ ମନ୍ଦିର ଛକ ପାଖ ଉପରପଡ଼ାରେ ବେଆଇନ ନିଶା କାରବାର ଏବଂ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବହୁଦିନରୁ ଅଭିଯୋଗ ହେଉଥିଲା। ତେବେ ଗୁରୁବାର ସୋହେଲା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ସବ୍ଇନ୍ସପେକ୍ଟର ଅରୂପ ବାରେକ୍ଙ୍କ ନେତୃତ୍ୱରେ ମହିଳା ସବ୍ଇନ୍ସପେକ୍ଟର ଅନିମା ଏକ୍କା ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ଉପରପଡ଼ାର ରୁକସାର ବାନୋ ଏବଂ ଅଫରୋଜା ବାନୋଙ୍କ ଘର ଉପରେ ଚଢାଉ କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୪ ଗ୍ରାମ ୧୬୦ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ପୋଲିସ ବେଆଇନ ବ୍ରାଉନସୁଗାର କାରବାର ଚଳାଇବା ଅଭିଯୋଗରେ ରୁକସାର ବେଗମ(୩୦), ଅଫ୍ରୋଜା ବାନୋ (୪୦) ଏବଂ ତାଙ୍କ ପୁଅ ଶେଖ୍ ନିୟାଜ ଅହମ୍ମଦ(୨୧)ଙ୍କୁ ଗିରଫ କରିଥିଲା। ସୋହେଲା ପୋଲିସ ଏ ସମ୍ପର୍କରେ ଥାନା କେସ୍ ନମ୍ବର ୩୨୫ରେ ଏନ୍ଡିପିଏସ୍ର ୨୧(କ) ଧାରା ଅନୁସାରେ ମାମଲା ରୁଜୁ କରି ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୋହେଲା ଥାନା ଆଇଆଇସି ପ୍ରଣୟ କୁମାର ମୁର୍ମୁ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ସବ୍ଇନ୍ସପେକ୍ଟର ଅରୂପ ବାରେକ କରୁଥିବା ବେଳେ ଚଢ଼ାଉରେ ହାବିଲଦାର ପ୍ରହଲ୍ଲାଦ ପାତ୍ର, କନଷ୍ଟେବଳ ପ୍ରତାପ ସାହୁ ଏବଂ ସବିତା ବାଗ ସାମିଲ ଥିଲେ।
The post ବ୍ରାଉନସୁଗାର ଜବତ, ୨ ମହିଳାଙ୍କ ସମେତ ୩ ଗିରଫ appeared first on Dharitri Odia News.