ବ୍ରାଉନସୁଗାର ବିକ୍ରି ପାଇଁ ଆସୁଥିଲେ: ୨ ବେପାରୀଙ୍କୁ ବାଟରୁ ଟେକି ନେଲା ପୋଲିସ
ଭୋଗରାଇ,୨୭।୧(ପ୍ରଦୀପ ଦାସ): ବାଲେଶ୍ବର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ବ୍ଲକ ନିଶା ବ୍ୟବସାୟୀଙ୍କ ଅଡ୍ଡାସ୍ଥଳ ପାଲଟିଛି। ଏଭଳି ସ୍ଥିତିରେ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭୋଗରାଇ ଥାନା ପୋଲିସ କୌଣସି ସୂତ୍ରରୁ ଖବର ମିଳିଥିଲା। ଏନେଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନମ୍ବର ରାଜପଥ ବାଟଗ୍ରାମ ପୋଲଠାରେ ଚଢାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିନେଇଥିଲା। ପୋଲିସ ୨ ଯୁବକକୁ […] The post ବ୍ରାଉନସୁଗାର ବିକ୍ରି ପାଇଁ ଆସୁଥିଲେ: ୨ ବେପାରୀଙ୍କୁ ବାଟରୁ ଟେକି ନେଲା ପୋଲିସ appeared first on Dharitri Odia News.
ଭୋଗରାଇ,୨୭।୧(ପ୍ରଦୀପ ଦାସ): ବାଲେଶ୍ବର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ବ୍ଲକ ନିଶା ବ୍ୟବସାୟୀଙ୍କ ଅଡ୍ଡାସ୍ଥଳ ପାଲଟିଛି। ଏଭଳି ସ୍ଥିତିରେ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭୋଗରାଇ ଥାନା ପୋଲିସ କୌଣସି ସୂତ୍ରରୁ ଖବର ମିଳିଥିଲା। ଏନେଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନମ୍ବର ରାଜପଥ ବାଟଗ୍ରାମ ପୋଲଠାରେ ଚଢାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିନେଇଥିଲା।
ପୋଲିସ ୨ ଯୁବକକୁ ଥାନାକୁ ଆଣି ପଚରାଉଚରା କରୁଛି। ପୋଲିସ ତାଙ୍କଠାରୁ ୨୪.୭୫ ଗ୍ରାମ ବ୍ରାଉନସୁଗାର ସହ ଏକ ଗାଡି ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୩୩/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ହେବ ବୋଲି ଜଣାପଡ଼ିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୋଗରାଇ ଥାନା ଅଧୀନ ଦେହୁର୍ଦ୍ଦା ଗ୍ରାମର ରାଜକିଶୋର ସାହୁ(୨୮) ଏବଂ ମହେଶପୁର ଗ୍ରାମର ପବିତ୍ର ନାୟକ(୧୯)। ବ୍ରାଉନସୁଗାର କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଥିବାର ଏକ ଖବରଦାତା ସମ୍ମିଳନୀରେ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି l ଗିରଫ ହୋଇଥିବା ୨ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
The post ବ୍ରାଉନସୁଗାର ବିକ୍ରି ପାଇଁ ଆସୁଥିଲେ: ୨ ବେପାରୀଙ୍କୁ ବାଟରୁ ଟେକି ନେଲା ପୋଲିସ appeared first on Dharitri Odia News.