ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ
ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଗୁରୁବାର ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନବୀନ ଜେଏସ୍ପିର ଓଡ଼ିଶା ୟୁନିଟ୍ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ଉପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଅନୁଗୋଳ ଇସ୍ପାତ କାରଖାନାକୁ ପର୍ଯ୍ୟାୟକ୍ରମେ ବାର୍ଷିକ ୨୫.୨ […] The post ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ appeared first on Dharitri Odia News.
ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଗୁରୁବାର ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନବୀନ ଜେଏସ୍ପିର ଓଡ଼ିଶା ୟୁନିଟ୍ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ଉପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଅନୁଗୋଳ ଇସ୍ପାତ କାରଖାନାକୁ ପର୍ଯ୍ୟାୟକ୍ରମେ ବାର୍ଷିକ ୨୫.୨ ନିୟୁତ ଟନ୍କୁ ସମ୍ପ୍ରସାରଣ କରାଯିବା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଅବଗତ କରାଇଥିଲେ। ଏପରିକି କମ୍ପାନୀର ଏହି ସମ୍ପ୍ରସାରଣ ସମ୍ପୂର୍ଣ୍ଣ ହେବା ପରେ ଜେଏସ୍ପି କୌଣସି ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା ହେବ। ସେହିଭଳି ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଜେଏସ୍ପିର ପ୍ରୟାସକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ନବୀନ ଜିନ୍ଦଲ କହିଥିଲେ, ରାଜ୍ୟର ଶିଳ୍ପ ଭିତ୍ତିକ ସାମଗ୍ରିକ ବିକାଶ ପାଇଁ ଜେଏସ୍ପି ଓଡ଼ିଶା ସରକାର ଏବଂ ଓଡ଼ିଶାବାସୀଙ୍କ ସହ ସହଭାଗିତା ଜାରି ରଖିବ।
The post ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ appeared first on Dharitri Odia News.