ଜାଲ ସାର୍ଟିଫିକେଟ୍ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ
ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍। ସିବିଆଇର ଏକ ଟିମ୍ ବଲାଙ୍ଗୀରରେ ପହଞ୍ଚି ଜାଲ ସାର୍ଟିଫିକେଟ୍ ମାମଲାକୁ ନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ଆନୁସଙ୍ଗିକ ଅନୁସନ୍ଧାନ କରିଥିବା ଜଣାପଡିଛି। ତେବେ ତଦନ୍ତକାରୀ ସିବିଆଇ ଟିମ୍ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ଟିମ୍ରେ ୯ ଜଣ ସଦସ୍ୟ ରହିଥିବା ଜଣାପଡିଛି। ୨୦୨୩ ମାର୍ଚ୍ଚ ୨୩ରେ ବଲାଙ୍ଗୀର […] The post ଜାଲ ସାର୍ଟିଫିକେଟ୍ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ appeared first on Dharitri Odia News.
ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍। ସିବିଆଇର ଏକ ଟିମ୍ ବଲାଙ୍ଗୀରରେ ପହଞ୍ଚି ଜାଲ ସାର୍ଟିଫିକେଟ୍ ମାମଲାକୁ ନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ଆନୁସଙ୍ଗିକ ଅନୁସନ୍ଧାନ କରିଥିବା ଜଣାପଡିଛି। ତେବେ ତଦନ୍ତକାରୀ ସିବିଆଇ ଟିମ୍ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ଟିମ୍ରେ ୯ ଜଣ ସଦସ୍ୟ ରହିଥିବା ଜଣାପଡିଛି।
୨୦୨୩ ମାର୍ଚ୍ଚ ୨୩ରେ ବଲାଙ୍ଗୀର ଡାକମଣ୍ଡଳ ଗ୍ରାମୀଣ ଡାକସେବକ (ଜିଡିଏସ୍) ପଦ ପାଇଁ ସାର୍ଟିଫିକେଟ ଭେରିଫିକେଶନ ଚାଲିଥିବା ବେଳେ ତତ୍କାଳୀନ ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କେତେକ ସାର୍ଟିଫିକେଟ ଜାଲ ସନ୍ଦେହ କରି ଟାଉନ ଥାନାରେ ରିପୋର୍ଟ କରିଥିଲେ। ଏହାପରେ ବଲାଙ୍ଗୀରର ତତ୍କାଳୀନ ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।
ଜାଲ ସାର୍ଟିଫିକେଟର ଚେର ଦେଶର ବିଭିନ୍ନ ପ୍ରାନ୍ତକୁ ଲମ୍ବିଥିବା ଜଣାପଡିବା ପରେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଏହାପରେ ଭୁବନେଶ୍ୱରର ଓଡ଼ିଶା ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ ସୁପାରିଶ ପରେ ସିବିଆଇ ଗତ ୯ ମେ ୨୦୨୩ରେ ଏହି ମାମଲା ପଞ୍ଜୀକୃତ କରିଥିଲା। ମାମଲାର ତଦନ୍ତ ପରେ ଓଡ଼ିଶାର ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲାରେ ସିବିଆଇ ସର୍ଚ୍ଚ ଅପରେଶନ କରିଥିଲା। ଏହି ମାମଲାରେ ସିବିଆଇ ପୂର୍ବରୁ ୫୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡିଛି। ଏହି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ପୁଣିଥରେ ବଲାଙ୍ଗୀର ଆସିଥିବାରୁ ଏହି ମାମଲା ଚର୍ଚ୍ଚାରେ ରହିଛି।
The post ଜାଲ ସାର୍ଟିଫିକେଟ୍ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ appeared first on Dharitri Odia News.