ବ୍ରାଜିଲ୍‌ର ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଆର୍ଯ୍ୟନ୍‌ ଖାନ୍, ଭାଇରାଲ ହେଉଛି ଭିଡିଓ…

ମୁମ୍ଵାଇ ୦୪।୦୪: ଶାହାରୁଖ ଖାନଙ୍କ ଲାଡଲା ତଥା ବଡ ପୁଅ ଆର୍ଯ୍ୟନ୍ ଖାନ୍। ବର୍ତ୍ତମାନ ସେ ତାଙ୍କର ଆଗାମୀ ୱେବ୍ ସିରିଜ୍ 'ଷ୍ଟାରଡମ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ସହିତ ସେ ଖୁବ ଶୀଘ୍ର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ହେଲେ ଏବେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଆଲୋଚନା ହେଉଛି। କୁହାଯାଉଛି ଯେ ଆର୍ଯ୍ୟନ ଏବେ ପ୍ରେମରେ ପଡିଛନ୍ତି ।  ବ୍ରାଜିଲ୍‌ର ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।View this post on InstagramA post shared by aryan❤️ (@aryansloves)ଏହି ଭିଡିଓ ଡିଜେ ମାର୍ଟିନ ଗାରିକ୍ସଙ୍କ ଇଭେଣ୍ଟର ବୋଲି ଜଣାପଡୁଛି। ଯେଉଁଠାରେ ଶାହାରୁଖଙ୍କ ପୁଅ ଅଭିନେତ୍ରୀ ଲାରିସା ବୋନେସିଙ୍କ ସହ ନଜର ଆସିଛନ୍ତି । ଭିଡିଓ ସେୟାର କରିବାବେଳେ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, 'କିଛି ଦିନ ପୂର୍ବରୁ ମୁଁ ରେଡ୍ଡିଟରେ ଏକ କମେଣ୍ଟ ପଢିଥିଲି। ଯେଉଁଥିରେ ଲେଖାଥିଲା ଯେ ଆର୍ଯ୍ୟନ୍ ଖାନ ଲାରିସା ବୋନେସିଙ୍କୁ ଡେଟ୍ କରୁଛନ୍ତି।' ସେ ଆହୁରି ଲେଖିଛନ୍ତି ଯେ ' ଯେତେବେଳେ ମୁଁ ଉଭୟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଚେକ୍‌ କରୁଥିଲି, ସେତେବେଳେ ମୁଁ ଦେଖିଲି ଯେ ଆର୍ଯ୍ୟନ୍ ଅଭିନେତ୍ରୀଙ୍କୁ ଏବଂ ତାଙ୍କ ପରିବାରକୁ ଫଲୋ କରୁଛନ୍ତି। ଲାରିସା ମଧ୍ୟ ଆର୍ଯ୍ୟନଙ୍କ ସହ ତାଙ୍କ ପୁରା ପରିବାରକ

ବ୍ରାଜିଲ୍‌ର ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଆର୍ଯ୍ୟନ୍‌ ଖାନ୍, ଭାଇରାଲ ହେଉଛି ଭିଡିଓ…

ମୁମ୍ଵାଇ ୦୪।୦୪: ଶାହାରୁଖ ଖାନଙ୍କ ଲାଡଲା ତଥା ବଡ ପୁଅ ଆର୍ଯ୍ୟନ୍ ଖାନ୍। ବର୍ତ୍ତମାନ ସେ ତାଙ୍କର ଆଗାମୀ ୱେବ୍ ସିରିଜ୍ 'ଷ୍ଟାରଡମ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ସହିତ ସେ ଖୁବ ଶୀଘ୍ର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ହେଲେ ଏବେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଆଲୋଚନା ହେଉଛି। କୁହାଯାଉଛି ଯେ ଆର୍ଯ୍ୟନ ଏବେ ପ୍ରେମରେ ପଡିଛନ୍ତି ।  ବ୍ରାଜିଲ୍‌ର ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।


ଏହି ଭିଡିଓ ଡିଜେ ମାର୍ଟିନ ଗାରିକ୍ସଙ୍କ ଇଭେଣ୍ଟର ବୋଲି ଜଣାପଡୁଛି। ଯେଉଁଠାରେ ଶାହାରୁଖଙ୍କ ପୁଅ ଅଭିନେତ୍ରୀ ଲାରିସା ବୋନେସିଙ୍କ ସହ ନଜର ଆସିଛନ୍ତି । ଭିଡିଓ ସେୟାର କରିବାବେଳେ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, 'କିଛି ଦିନ ପୂର୍ବରୁ ମୁଁ ରେଡ୍ଡିଟରେ ଏକ କମେଣ୍ଟ ପଢିଥିଲି। ଯେଉଁଥିରେ ଲେଖାଥିଲା ଯେ ଆର୍ଯ୍ୟନ୍ ଖାନ ଲାରିସା ବୋନେସିଙ୍କୁ ଡେଟ୍ କରୁଛନ୍ତି।' ସେ ଆହୁରି ଲେଖିଛନ୍ତି ଯେ ' ଯେତେବେଳେ ମୁଁ ଉଭୟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଚେକ୍‌ କରୁଥିଲି, ସେତେବେଳେ ମୁଁ ଦେଖିଲି ଯେ ଆର୍ଯ୍ୟନ୍ ଅଭିନେତ୍ରୀଙ୍କୁ ଏବଂ ତାଙ୍କ ପରିବାରକୁ ଫଲୋ କରୁଛନ୍ତି। ଲାରିସା ମଧ୍ୟ ଆର୍ଯ୍ୟନଙ୍କ ସହ ତାଙ୍କ ପୁରା ପରିବାରକୁ ଫଲୋ କରନ୍ତି । ତାଙ୍କ ସହ ଆର୍ୟନଙ୍କର ଭିଡିଓ କ୍ଲିପ୍‌ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଦୁହେଁ ଏଯାଏ ସମ୍ପର୍କ ନେଇ ମୁହଁ ଖୋଲି ନାହାନ୍ତି।




ଆହୁରି ସୂଚନା ଦେଇଛନ୍ତି ଯେ ଲାରିସାଙ୍କ ଜନ୍ମଦିନରେ ଆର୍ଯ୍ୟନ୍ ତାଙ୍କୁ ଏକ ଉପହାର ପଠାଇଥିଲେ। ଯାହାର ଫଟୋ ମଧ୍ୟ ଅଭିନେତ୍ରୀଙ୍କ ମା ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଥିଲେ। କହିବାକୁ ଗଲେ ଲାରିସା ବ୍ରାଜିଲର ବାସିନ୍ଦା । ବୃତ୍ତି ଅନୁଯାୟୀ ସେ ଜଣେ ମଡେଲ ଏବଂ ଡ୍ୟାନ୍ସର ମଧ୍ୟ । ଅକ୍ଷୟ କୁମାରଙ୍କ ଗୀତ 'ସୁଭା ହୋନେ ନା ଦେ' ଏବଂ ଜନ୍ ଅବ୍ରହାମଙ୍କ ଫିଲ୍ମ 'ଦେଶୀ ବଏଜ୍'ରେ ଲାରିସାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।