ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ସମ୍ଭାବନା ଉପରେ ମୁହଁ ଖୋଲିଲେ ଡିମ୍ପଲ

ଲକ୍ଷ୍ନୌ,୨।୨: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଗଠନ ହୋଇଛି ଏବଂ ଆସନ ଭାଗବଣ୍ଟାକୁ ନେଇ କସରତ ଚାଲିଛି। ଏହି ସମୟରେ ସୂତ୍ରରୁ ଦାବି ହେଉଛି କି ବହୁଜନ ସମାଜ ପାର୍ଟି ସହ କଂଗ୍ରେସର ଆଲୋଚନା ମଧ୍ୟ ଚାଲିଛି । ବର୍ତ୍ତମାନ ଏସପି ଏମ୍‌ପି ଡିମ୍ପଲ ଯାଦବ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିମ୍ପଲ କହିଛନ୍ତି , ଦଳର ସର୍ବୋଚ୍ଚ ନେତୃତ୍ୱ ଏହା ନିଷ୍ପତ୍ତି ନେବେ କିନ୍ତୁ […] The post ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ସମ୍ଭାବନା ଉପରେ ମୁହଁ ଖୋଲିଲେ ଡିମ୍ପଲ appeared first on Dharitri Odia News.

ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ସମ୍ଭାବନା ଉପରେ ମୁହଁ ଖୋଲିଲେ ଡିମ୍ପଲ

ଲକ୍ଷ୍ନୌ,୨।୨: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଗଠନ ହୋଇଛି ଏବଂ ଆସନ ଭାଗବଣ୍ଟାକୁ ନେଇ କସରତ ଚାଲିଛି। ଏହି ସମୟରେ ସୂତ୍ରରୁ ଦାବି ହେଉଛି କି ବହୁଜନ ସମାଜ ପାର୍ଟି ସହ କଂଗ୍ରେସର ଆଲୋଚନା ମଧ୍ୟ ଚାଲିଛି । ବର୍ତ୍ତମାନ ଏସପି ଏମ୍‌ପି ଡିମ୍ପଲ ଯାଦବ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିମ୍ପଲ କହିଛନ୍ତି , ଦଳର ସର୍ବୋଚ୍ଚ ନେତୃତ୍ୱ ଏହା ନିଷ୍ପତ୍ତି ନେବେ କିନ୍ତୁ ଯେତେ ଶୀଘ୍ର ଆସନ ଉପରେ ନିଷ୍ପତ୍ତି ହେବ, ସେତେ ଶୀଘ୍ର ମେଣ୍ଟ ଭାଜପାକୁ ପରାସ୍ତ କରିବାରେ ସଫଳ ହେବ। ଏସପି, ବିଏସପି ଏବଂ କଂଗ୍ରେସ ଉପରେ ପ୍ରଫେସର ରାମଗୋପାଳ ଯାଦବ କହିଛନ୍ତି , ମେଣ୍ଟରେ କୌଣସି ଅସୁବିଧା ନାହିଁ। ଆସନ ସ୍ଥିର କରାଯାଉଛି। ଅନ୍ୟପକ୍ଷରେ, କଂଗ୍ରେସ ଓ ଏସପର ମେଣ୍ଟ ଉପରେ ଭାରତୀୟ ଜନତା ଦଳର ନେତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଭାଜପା ନେତା ହରନାଥ ସିଂ କହିଛନ୍ତି, ଏହି ମେଣ୍ଟର କୌଣସି ଭବିଷ୍ୟତ ନାହିଁ।

The post ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ସମ୍ଭାବନା ଉପରେ ମୁହଁ ଖୋଲିଲେ ଡିମ୍ପଲ appeared first on Dharitri Odia News.