ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର୍ ଧରିଲା
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୭:(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତକୁ ପରିଚାଳନା କରିବା ପାଇଁ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଦାବି ଜୋର୍ ଧରିଲା। ଏନେଇ ଅଞ୍ଚଳବାସୀ ଓ ଲୋକପ୍ରତିନିଧିଙ୍କ ପକ୍ଷରୁ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମଙ୍ଗଳବାର ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ସମେତ ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ, କୁମ୍ଭାରୀ ଗାଁ ସରପଞ୍ଚ […] The post ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର୍ ଧରିଲା appeared first on Dharitri Odia News.
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୭:(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତକୁ ପରିଚାଳନା କରିବା ପାଇଁ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଦାବି ଜୋର୍ ଧରିଲା। ଏନେଇ ଅଞ୍ଚଳବାସୀ ଓ ଲୋକପ୍ରତିନିଧିଙ୍କ ପକ୍ଷରୁ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମଙ୍ଗଳବାର ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ସମେତ ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ, କୁମ୍ଭାରୀ ଗାଁ ସରପଞ୍ଚ ସୁମିତ୍ରା ଦଳବେହେରା, ହାତୀମୁଣ୍ଡା ସରପଞ୍ଚ ନବନିତା କପାଟ ପାତ୍ର, ଜାତୀୟ ମାନବାଧିକାର ଜିଲ୍ଲା ସଂଯୋଜକ ବିକ୍ରମାଦିତ୍ୟ ବସ୍ତିରାୟ ,ବ୍ରାହ୍ମଣୀଗାଁ ମଣ୍ଡଳ ଭାଜପା ସଭାପତି ଦିବ୍ୟସିଂହ ପାତ୍ର, ବ୍ରାହ୍ମଣୀଗାଁ ମଣ୍ଡଳ ଭାଜପା ସାଧାରଣ ସମ୍ପାଦକ ଗଣେଶ ଡାକୁଆ, ବନବାସୀ ସୁରକ୍ଷା ପରିଷଦ ସଂଗଠକ ବଳଭଦ୍ର ମଲ୍ଲିକ, ଭାଜପା ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଶ୍ୟାମ ମହାକୁଡ଼, ଅଶୋକ ସିଂ ଓ ମାଧବ ପାଇକ ପ୍ରମୁଖ ରହିଥିଲେ।
The post ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର୍ ଧରିଲା appeared first on Dharitri Odia News.