ବ୍ରିଜ୍ ତଳକୁ ଖସିଲା ବସ୍ ; ଚାଲିଗଲା ୨ ଜୀବନ, ୪୧ ଆହତ

ନୂଆଦିଲ୍ଲୀ ୨୧।୦୫: ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଗତକାଲି ମଧ୍ୟରାତ୍ରିରେ ରାତି ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ଘଟିଛି। ଇନ୍ଦୋରରୁ ଅଶୋକନଗର ଯାଉଥିବା ଏକ ବସ୍ ପଚୋର ନିକଟ ବ୍ରିଜରୁ ଖସିପଡିଥିଲା। ବସ୍‌ରେ ୪୩ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ସୂଚନା ଅନୁଯାୟୀ, ରାତି ପ୍ରାୟ ୨.୩୦ ବେଳେ ଏହି ଘଟଣା ଘଟିଥିଲା। ବସ୍ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାଉଥିଲା । ସେହି ସମୟରେ ବସ୍‌ଟି ବ୍ରିଜ୍ ତଳକୁ ଖସି ପଡିଥିଲା । ଡ୍ରାଇଭର ସମେତ ଅନ୍ୟ ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ଦୁର୍ଘଟଣା କାହିଁକି କିମ୍ବା କିପରି ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ କିଛି ଲୋକ କହିଛନ୍ତି ଯେ ଡ୍ରାଇଭର ଆଖି ଲାଗି ଯିବା କାରଣରୁ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଓଭର ବ୍ରିଜ୍ ତଳେ ପଡିଯାଇଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଚିହ୍ନଟ କରାଯାଉଛି।  

ବ୍ରିଜ୍ ତଳକୁ ଖସିଲା ବସ୍ ; ଚାଲିଗଲା ୨ ଜୀବନ, ୪୧ ଆହତ

ନୂଆଦିଲ୍ଲୀ ୨୧।୦୫: ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଗତକାଲି ମଧ୍ୟରାତ୍ରିରେ ରାତି ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ଘଟିଛି। ଇନ୍ଦୋରରୁ ଅଶୋକନଗର ଯାଉଥିବା ଏକ ବସ୍ ପଚୋର ନିକଟ ବ୍ରିଜରୁ ଖସିପଡିଥିଲା। ବସ୍‌ରେ ୪୩ ଜଣ ଲୋକ ଥିଲେ। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି

ସୂଚନା ଅନୁଯାୟୀରାତି ପ୍ରାୟ ୨.୩୦ ବେଳେ ଏହି ଘଟଣା ଘଟିଥିଲା। ବସ୍ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାଉଥିଲା । ସେହି ସମୟରେ ବସ୍‌ଟି ବ୍ରିଜ୍ ତଳକୁ ଖସି ପଡିଥିଲା । ଡ୍ରାଇଭର ସମେତ ଅନ୍ୟ ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ଦୁର୍ଘଟଣା କାହିଁକି କିମ୍ବା କିପରି ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ କିଛି ଲୋକ କହିଛନ୍ତି ଯେ ଡ୍ରାଇଭର ଆଖି ଲାଗି ଯିବା କାରଣରୁ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଓଭର ବ୍ରିଜ୍ ତଳେ ପଡିଯାଇଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଚିହ୍ନଟ କରାଯାଉଛି।