GST ଫାଙ୍କିବାକୁ ବଙ୍ଗ ଯାଉଥିଲା ପୁଳା ପୁଳା ରୁପା, ମାଡିବସିଲା ପୋଲିସ

ଖଲ୍ଲିକୋଟ ୨୯/୧୧: ଗଞ୍ଜାମ ଖଲ୍ଲିକୋଟରେ ବିପୁଳ ପରିମାଣର ରୁପା ଜବତ ହୋଇଛି । ଜିଏସ୍‌ଟି ଫାଙ୍କି ଅଭିଯୋଗରେ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଗୋଟିଏ କାରରୁ ୭୩ ଟି ରୂପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨   ହଜାର ୬୦୦ଟଙ୍କା ଜବତ ହୋଇଛି । ସୂଚନା ଥାଉକି ଜିଏସ୍‌ଟି ଫାଙ୍କି ଅଭିଯୋଗରେ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ ହେଉଥିଲା ପୁଳା ପୁଳା ରୁପା ଇଟା । ଏହି ସମୟରେ ପୂର୍ବରୁ ସୂଚନା ପାଇ ଜଗି ରହିଥିଲା ପୋଲିସ । ୧୬ ନମ୍ବର ଜାତୀୟ ରାଜପଥ ଗୁରୁପଲ୍ଲି ଟୋଲ ଗେଟ୍ ନିକଟରେ ଯାଞ୍ଚବେଳେ ଏକ କାରରୁ ମିଳିଥିଲା ବିପୁଳ ପରିମାଣର ରୁପା ଇଟା । ରୂପା ଇଟାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  ଚଢାଉ କରିଥିଲା  ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଖଲ୍ଲିକୋଟ ପୋଲିସ ଚଢ଼ାଉ କରି କାର, ରୁପା ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖିଛି । ତେବେ ଏହା କେଉଁଠୁ ଆସିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । 

GST ଫାଙ୍କିବାକୁ ବଙ୍ଗ ଯାଉଥିଲା ପୁଳା ପୁଳା ରୁପା, ମାଡିବସିଲା ପୋଲିସ

ଖଲ୍ଲିକୋଟ ୨୯/୧୧: ଗଞ୍ଜାମ ଖଲ୍ଲିକୋଟରେ ବିପୁଳ ପରିମାଣର ରୁପା ଜବତ ହୋଇଛି । ଜିଏସ୍‌ଟି ଫାଙ୍କି ଅଭିଯୋଗରେ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଗୋଟିଏ କାରରୁ ୭୩ ଟି ରୂପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨   ହଜାର ୬୦୦ଟଙ୍କା ଜବତ ହୋଇଛି । 

ସୂଚନା ଥାଉକି ଜିଏସ୍‌ଟି ଫାଙ୍କି ଅଭିଯୋଗରେ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ ହେଉଥିଲା ପୁଳା ପୁଳା ରୁପା ଇଟା । ଏହି ସମୟରେ ପୂର୍ବରୁ ସୂଚନା ପାଇ ଜଗି ରହିଥିଲା ପୋଲିସ । ୧୬ ନମ୍ବର ଜାତୀୟ ରାଜପଥ ଗୁରୁପଲ୍ଲି ଟୋଲ ଗେଟ୍ ନିକଟରେ ଯାଞ୍ଚବେଳେ ଏକ କାରରୁ ମିଳିଥିଲା ବିପୁଳ ପରିମାଣର ରୁପା ଇଟା । 

ରୂପା ଇଟାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  ଚଢାଉ କରିଥିଲା  ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଖଲ୍ଲିକୋଟ ପୋଲିସ ଚଢ଼ାଉ କରି କାର, ରୁପା ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖିଛି । ତେବେ ଏହା କେଉଁଠୁ ଆସିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।