ବ୍ରିଟେନ ଜଳକ୍ଷେତ୍ରକୁ ସନ୍ତର୍ପଣରେ ପଶିଥିଲା ଋଷୀୟ ଗୁଇନ୍ଦା ଜାହାଜ, ଘଉଡେଇଇଛି ନେଭି: ପ୍ରତିରକ୍ଷାମନ୍ତ୍ରୀ
ଲଣ୍ଡନ ୨୩।୧: କିଛିଦିନ ପୂର୍ବରୁ ବ୍ରିଟେନ ଓ ଋଷିଆ ନୌସେନା ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଥିଲେ। ଏହି ସୂଚନା ଦେଇଛନ୍ତି ବ୍ରିଟେନ ପ୍ରତିରକ୍ଷାମନ୍ତ୍ରୀ ଜନ ହିଲି। ସେ କହିଛନ୍ତିଯେ ୨୦ ଜାନୁୟାରୀ ସୋମବାର ସମୁଦ୍ରରେ ଋଷିଆର ଏକ ଗୁଇନ୍ଦା ପୋତ ବ୍ରିଟେନ ଜଳକ୍ଷେତ୍ରକୁ ପଶି ଆସିଥିଲା। ତେବେ ବ୍ରିଟିଶ ନୌସେନାର ଏକ ପରମାଣୁ ବୁଡ଼ା ଜାହାଜ ଏହାର ବାଟ ଓଗାଳିବା ସହ ତାକୁ ଫେରିଯିବାକୁ ବାଧ୍ୟ କରିଥିଲା। ଏହି ଘଟଣା ପରେ ହିଲି ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି। ହିଲି କହିଛନ୍ତି ଯେ ‘ଆମେ ଆପଣଙ୍କୁ ଦେଖି ପାରୁଛୁ, ଆମେ ଜଣିଛୁ ଆପଣ କଣ କରୁଛନ୍ତି?’ ଋଷିଆର ଏହି ଗୁଇନ୍ଦା ଜାହାଜ ‘ୟାନ୍ତର’ନାମରେ ବେଶ୍ ଜଣାଶୁଣା। ଏଥରକୁ ମିସାଇ ଗତ କିଛି ମାସରେ ଏହି ଜାହାଜକୁ ଦ୍ୱିତୀୟବାର ବ୍ରିଟେନ ଜଳକ୍ଷେତ୍ରରେ ଦେଖାଯାଇଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସମୁଦ୍ରର ଯେଉଁସ୍ଥାନରେ ଋଷୀୟ ଜାହାଜ ଥିଲା ତାର ଠିକ ତଳେ ଗୁରୁତ୍ୱପୂର୍ଣ୍ଣ ଅଣ୍ଡର ସି କେବୁଲ ଥିଲା। ଗତ କିଛି ମାସ ହେଲା ସମୁଦ୍ରର ଅତଳ ଗଭୀରରେ ଥିବା ଅନେକ କେବୁଲ କଟିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହିସବୁ ଘଟଣା ପରେ ଏ କଥାକୁ ନେଇ ଚିନ୍ତା ବଢିଯାଇଛି ଯେ ୟୁରୋପରେ ଅବ୍ୟବସ୍ଥା ସୃଷ୍ଟି କରିବାକୁ ଋଷିଆ ଏପରି କରୁଛି। ???????? A Russian Spy Ship named “Yantar” entered British waters, loitering and gathering
ଲଣ୍ଡନ ୨୩।୧: କିଛିଦିନ ପୂର୍ବରୁ ବ୍ରିଟେନ ଓ ଋଷିଆ ନୌସେନା ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଥିଲେ। ଏହି ସୂଚନା ଦେଇଛନ୍ତି ବ୍ରିଟେନ ପ୍ରତିରକ୍ଷାମନ୍ତ୍ରୀ ଜନ ହିଲି। ସେ କହିଛନ୍ତିଯେ ୨୦ ଜାନୁୟାରୀ ସୋମବାର ସମୁଦ୍ରରେ ଋଷିଆର ଏକ ଗୁଇନ୍ଦା ପୋତ ବ୍ରିଟେନ ଜଳକ୍ଷେତ୍ରକୁ ପଶି ଆସିଥିଲା। ତେବେ ବ୍ରିଟିଶ ନୌସେନାର ଏକ ପରମାଣୁ ବୁଡ଼ା ଜାହାଜ ଏହାର ବାଟ ଓଗାଳିବା ସହ ତାକୁ ଫେରିଯିବାକୁ ବାଧ୍ୟ କରିଥିଲା। ଏହି ଘଟଣା ପରେ ହିଲି ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି।
ହିଲି କହିଛନ୍ତି ଯେ ‘ଆମେ ଆପଣଙ୍କୁ ଦେଖି ପାରୁଛୁ, ଆମେ ଜଣିଛୁ ଆପଣ କଣ କରୁଛନ୍ତି?’ ଋଷିଆର ଏହି ଗୁଇନ୍ଦା ଜାହାଜ ‘ୟାନ୍ତର’ନାମରେ ବେଶ୍ ଜଣାଶୁଣା। ଏଥରକୁ ମିସାଇ ଗତ କିଛି ମାସରେ ଏହି ଜାହାଜକୁ ଦ୍ୱିତୀୟବାର ବ୍ରିଟେନ ଜଳକ୍ଷେତ୍ରରେ ଦେଖାଯାଇଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସମୁଦ୍ରର ଯେଉଁସ୍ଥାନରେ ଋଷୀୟ ଜାହାଜ ଥିଲା ତାର ଠିକ ତଳେ ଗୁରୁତ୍ୱପୂର୍ଣ୍ଣ ଅଣ୍ଡର ସି କେବୁଲ ଥିଲା। ଗତ କିଛି ମାସ ହେଲା ସମୁଦ୍ରର ଅତଳ ଗଭୀରରେ ଥିବା ଅନେକ କେବୁଲ କଟିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହିସବୁ ଘଟଣା ପରେ ଏ କଥାକୁ ନେଇ ଚିନ୍ତା ବଢିଯାଇଛି ଯେ ୟୁରୋପରେ ଅବ୍ୟବସ୍ଥା ସୃଷ୍ଟି କରିବାକୁ ଋଷିଆ ଏପରି କରୁଛି।
???????? A Russian Spy Ship named “Yantar” entered British waters, loitering and gathering intelligence about UK’s underground infrastructure.
HMS Somerset and HMS Tyne were sent to monitor them.
We then had our Submarine ???????? surface close to the Russian Ship, who then left the area pic.twitter.com/54PR2U2EPg— Sytheruk ???????? ???????? (@SythUK) January 22, 2025
ଜନ ହିଲି ବ୍ରିଟେନ ସଂସଦରେ କହିଛନ୍ତି ଯେ ଋଷିଆର ଗୁଇନ୍ଦା ଜାହାଜ ଗୋପନୀୟ ସୂଚନା ସଂଗ୍ରହ ପାଇଁ ଆସିଥିଲା। ତେବେ ଋଷୀୟ ଜାହାଜର ଚାଳକ ଦଳଙ୍କୁ ଏ କଥା ଜଣା ନଥିଲା ଯେ ପାଣି ତଳେ ସେମାନଙ୍କୁ ବ୍ରିଟେନର ହଣ୍ଟର କିଲର ବୁଡାଜାହାଜ ଅନୁଧ୍ୟାନ କରୁଛି। ଏହି ବୁଡା ଜାହାଜ ସ୍ପିୟରଫିସ ଟରପିଡୋ ଓ ଟମହକ୍ କ୍ରୁଜ କ୍ଷେପଣାସ୍ତ୍ରରେ ସଜ୍ଜିତ ଥିଲା। ତେବେ ନେଭି ବୁଡାଜାହାଜର ନାମ ଘୋଷଣା କରି ନାହିଁ। ସୂଚନା ଅନୁସାରେ ବୁଡାଜାହାଜର କ୍ୟାପ୍ଟେନ ଋଷୀୟ ଜାହାଜ ସହିତ ସମ୍ପର୍କ କରି ଗୁଇନ୍ଦାଗିରି କରିବା ବେଳେ ତାକୁ ଧରାଯାଇଥିବା ସୂଚନା ଦେଇଥିଲେ। ଗତ ନଭେମ୍ବରରେ ରୟାଲ ନେଭିର ଚେତାବନୀ ପରେ ୟାନ୍ତର ବ୍ରିଟେନ ଜଳକ୍ଷେତ୍ର ଛାଡି ଭୂମଧ୍ୟସାଗର ଆଡକୁ ଚାଲି ଯାଇଥିଲା।
ରିପୋର୍ଟ ଅନୁସାରେ ଋଷିଆ ଏହି ଜାହାଜକୁ ଗବେଷଣା ଜାହାଜ ବୋଲି କହୁଛି। ତେବେ ପାଶ୍ଟାତ୍ୟ ଅଧିକାରୀମାନେ ଏହା ଏକ ଗୁଇନ୍ଦା ଜାହାଜ ବୋଲି ସନ୍ଦେହ କରୁଛନ୍ତି। ସେମାନଙ୍କ ଅନୁସାରେ ଏହି ଜାହାଜ ପାଣି ତଳେ ସାମୁଦ୍ରିକ କେବୁଲର ନକ୍ସା ତିଆରି କରୁଛି। ଯାହାଦ୍ୱାରା ଯୁଦ୍ଧକାଳୀନ ପରିସ୍ଥିତିରେ ଏହି କେବୁଲ ଗୁଡିକୁ କାଟି ଦେଇ ପାରିବ। ଏହି କେବୁଲଗୁଡିକରେ ଇଣ୍ଟରନେଟ୍ ବ୍ୟତୀତ ବ୍ରିଟେନ ଓ ଆମେରିକା ମଧ୍ୟରେ ବ୍ୟାପିଥିବା କେବୁଲ ମଧ୍ୟ ରହିଛି, ଯାହା ଗୋପନ ସୂଚନା ଆଦାନପ୍ରଦାନ ପାଇଁ ବ୍ୟବହୃତ ହେଉଛି।
୩୨୮ ଫୁଟ ଲମ୍ବା ଜାହାଜ ‘ମୁନ ପୁଲ’ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ। ଏଥିରୁ ପାଣି ତଳକୁ ଛୋଟଛୋଟ ବୁଡାଜାହାଜ ଲଞ୍ଚ କରାଯାଇ ପାରିବ। ବ୍ରିଟେନ ନୌସେନା ବୁଡ଼ାଳୀ ଓ ମାଇନସ୍ ସଫା କରୁଥିବା ରବୋଟଙ୍କୁ ମୁତୟନ କରିଛି, ଯାହାଦ୍ୱାରା ସମୁଦ୍ର ତଳେ ଯଦି ଋଷିଆର କୌଣସି ଉପକରଣ ଥିବ ତାହା ଜାଣିହେବ।