ବ୍ରେକ୍ ଅପ୍ ପରେ ଡିପ୍ରେସନ୍ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବନି ଉସୁକାଇବା ପରି ମାମଲା: ମୁମ୍ବାଇ କୋର୍ଟ
ନୂଆଦିଲ୍ଲୀ: ବ୍ରେକ୍ ଅପ୍ ପରେ ମାନସିକ ଅବସାଦ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବ ନାହିଁ ଉସକାଇବା ପରି ମାମଲା। ପ୍ରେମିକଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ଜଣେ ମହିଳାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଯେ କାହାର ଇଚ୍ଛା ଏବଂ ପସନ୍ଦ ଅନୁଯାୟୀ ପାର୍ଟନର ପରିବର୍ତ୍ତନ କରିବା ନୈତିକତା ଦୃଷ୍ଟିରୁ ଭୁଲ, କିନ୍ତୁ ସମ୍ପର୍କକୁ ପ୍ରତ୍ୟାଖାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡବିଧାନ ଆଇନ ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ। ବିଚାରପତି ଏନପି ମେହେଟ୍ଟା ଫେବୃଆରୀ ୨୯ରେ ଏହି ନୀରିକ୍ଷଣ କରିଥିଲେ। ମନୀଷା ଚୁଡାସାମା ଏବଂ ତାଙ୍କ ପ୍ରେମିକ ରାଜେଶ ପାନୱାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଉଭୟେ ନିତିନ କେନିଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା। ଜାନୁଆରୀ ୧୫ ଜାନୁଆରୀ ୨୦୧୬ରେ କେନି ତାଙ୍କ ଘରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେ ତାଙ୍କ ଆଦେଶରେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୦୬ ଅନୁଯାୟୀ, ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବାକୁ ଅଭିଯୁକ୍ତଙ୍କ ଦ୍ୱାରା କିଛି ପ୍ରମାଣ ରହିବା ଆବଶ୍ୟକ। କୋର୍ଟ କହିଛନ୍ତି, “ଯଦି କେହି କାହାକୁ ଭଲ ପାଆନ୍ତି ଏବଂ ତାଙ୍କ ସାଥୀ କୌଣସି କାରଣ ନଥାଇ ସମ୍ପର୍କ ଭାଙ୍ଗନ୍ତି, ତେବ
ନୂଆଦିଲ୍ଲୀ: ବ୍ରେକ୍ ଅପ୍ ପରେ ମାନସିକ ଅବସାଦ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବ ନାହିଁ ଉସକାଇବା ପରି ମାମଲା। ପ୍ରେମିକଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ଜଣେ ମହିଳାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଯେ କାହାର ଇଚ୍ଛା ଏବଂ ପସନ୍ଦ ଅନୁଯାୟୀ ପାର୍ଟନର ପରିବର୍ତ୍ତନ କରିବା ନୈତିକତା ଦୃଷ୍ଟିରୁ ଭୁଲ, କିନ୍ତୁ ସମ୍ପର୍କକୁ ପ୍ରତ୍ୟାଖାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡବିଧାନ ଆଇନ ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ।
ବିଚାରପତି ଏନପି ମେହେଟ୍ଟା ଫେବୃଆରୀ ୨୯ରେ ଏହି ନୀରିକ୍ଷଣ କରିଥିଲେ। ମନୀଷା ଚୁଡାସାମା ଏବଂ ତାଙ୍କ ପ୍ରେମିକ ରାଜେଶ ପାନୱାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଉଭୟେ ନିତିନ କେନିଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା। ଜାନୁଆରୀ ୧୫ ଜାନୁଆରୀ ୨୦୧୬ରେ କେନି ତାଙ୍କ ଘରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ସେ ତାଙ୍କ ଆଦେଶରେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୦୬ ଅନୁଯାୟୀ, ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବାକୁ ଅଭିଯୁକ୍ତଙ୍କ ଦ୍ୱାରା କିଛି ପ୍ରମାଣ ରହିବା ଆବଶ୍ୟକ। କୋର୍ଟ କହିଛନ୍ତି, “ଯଦି କେହି କାହାକୁ ଭଲ ପାଆନ୍ତି ଏବଂ ତାଙ୍କ ସାଥୀ କୌଣସି କାରଣ ନଥାଇ ସମ୍ପର୍କ ଭାଙ୍ଗନ୍ତି, ତେବେ ସେ ଭାବପ୍ରବଣ ହୋଇଯାଆନ୍ତି। ଯଦି ଏକ ପ୍ରେମ ସମ୍ପର୍କ ଭାଙ୍ଗିଯାଏ ଏବଂ ମାନସିକ ଆଘାତ ଯୋଗୁଁ ଜଣେ ପାର୍ଟନର୍ ଆତ୍ମହତ୍ୟା କରନ୍ତି, ତେବେ ଆଇପିସିର ଧାରା ୩୦୬ ସହିତ ଧାରା ୧୦୭ ଅନୁଯାୟୀ ତାଙ୍କ ମାମଲା ରୁଜୁ ହେବ ନାହିଁ।
The post ବ୍ରେକ୍ ଅପ୍ ପରେ ଡିପ୍ରେସନ୍ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବନି ଉସୁକାଇବା ପରି ମାମଲା: ମୁମ୍ବାଇ କୋର୍ଟ appeared first on Prameya News7.