ବ୍ରେଥ୍‌ ଫ୍ରି ମନ୍‌ସୁନ୍‌ ଯାତ୍ରା

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହେଲ୍‌ଥ ବ୍ରାଣ୍ଡ୍‌ ସିପ୍‌ଲାର ନୂତନ ଅଭିଯାନ ‘ବ୍ରେଥ୍‌ ଫ୍ରି ମନ୍‌ସୁନ୍‌ ଯାତ୍ରା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ବର୍ଷାଋତୁ ଆସିବା ସହ ଏହା ଆମର ଶ୍ୱାସକ୍ରିୟା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ସୃଷ୍ଟି କରିଥାଏ। ଏପରିକି ବର୍ଦ୍ଧିତ ଆର୍ଦ୍ରତା ଓ ଓଦାପଣ ଫୁସ୍‌ଫୁସର ସ୍ଥିତିକୁ ଖରାପ କରିପାରେ ବୋଲି ଆକଳନ କରାଯାଉଛି। ବର୍ଷର ଏଭଳି ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ। ସେହିଭଳି ଲୋକମାନଙ୍କୁ ନିଜର ଶ୍ୱାସକ୍ରିୟା […] The post ବ୍ରେଥ୍‌ ଫ୍ରି ମନ୍‌ସୁନ୍‌ ଯାତ୍ରା appeared first on Dharitri Odia News.

ବ୍ରେଥ୍‌ ଫ୍ରି ମନ୍‌ସୁନ୍‌ ଯାତ୍ରା

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହେଲ୍‌ଥ ବ୍ରାଣ୍ଡ୍‌ ସିପ୍‌ଲାର ନୂତନ ଅଭିଯାନ ‘ବ୍ରେଥ୍‌ ଫ୍ରି ମନ୍‌ସୁନ୍‌ ଯାତ୍ରା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ବର୍ଷାଋତୁ ଆସିବା ସହ ଏହା ଆମର ଶ୍ୱାସକ୍ରିୟା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ସୃଷ୍ଟି କରିଥାଏ। ଏପରିକି ବର୍ଦ୍ଧିତ ଆର୍ଦ୍ରତା ଓ ଓଦାପଣ ଫୁସ୍‌ଫୁସର ସ୍ଥିତିକୁ ଖରାପ କରିପାରେ ବୋଲି ଆକଳନ କରାଯାଉଛି। ବର୍ଷର ଏଭଳି ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ। ସେହିଭଳି ଲୋକମାନଙ୍କୁ ନିଜର ଶ୍ୱାସକ୍ରିୟା ବା ରେସ୍ପିରେଟୋରି ସ୍ବାସ୍ଥ୍ୟକୁ ଭଲ ଭାବେ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟ ସହିତ ଏହି ଯାତ୍ରା ଆଜ୍‌ମା ଓ ସିଓପିଡି ଭଳି ଗମ୍ଭୀର ଫୁସ୍‌ଫୁସ୍‌ ରୋଗ ପାଇଁ ସ୍କ୍ରିନିଙ୍ଗ୍‌ ଲାଗି ବର୍ଦ୍ଧିତ ପହଞ୍ଚ ପ୍ରଦାନ କରୁଛି। ଏ ସମ୍ପର୍କରେ ଡା. ଉପତ୍ଳ କୁମାର ନନ୍ଦୀ କହିଛନ୍ତି, ମୌସୁମୀ ଆର୍ଦ୍ରତା, ମୋଲ୍‌ଡ, ଥଣ୍ଡା ପବନ ଓ ଭାଇରାଲ ଇନ୍‌ଫେକ୍ସନର ସମେତ ଅନେକ ବିପଦ ଆଣିଥାଏ। ଏଭଳି କାରକଗୁଡିକ ଯେକୌଣସି ବ୍ୟକ୍ତିଙ୍କ ରେସ୍ପିରେଟୋରି ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଉଛି।

The post ବ୍ରେଥ୍‌ ଫ୍ରି ମନ୍‌ସୁନ୍‌ ଯାତ୍ରା appeared first on Dharitri Odia News.