ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ

ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ହେଲେ ଏଥିରେ ଗୋଟିଏ ବି ଗୋଲ ସ୍କୋର ହୋଇପାରି ନ ଥିଲା। ହେଲେ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ ଗୋଟିଏ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ଦଳର ମାର୍କ […] The post ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ appeared first on Dharitri Odia News.

ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ

ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ହେଲେ ଏଥିରେ ଗୋଟିଏ ବି ଗୋଲ ସ୍କୋର ହୋଇପାରି ନ ଥିଲା। ହେଲେ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ ଗୋଟିଏ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ଦଳର ମାର୍କ ମିରାଲ୍ସ ୧୮ ମିନିଟରେ ଏହି ଗୋଲ ସ୍କୋର କରିଥିଲେ।

କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷ ମିନିଟରେ ଅଧିନାୟକ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କର୍ନ୍‌ଭଟ କରି ସ୍କୋରକୁ ୧-୧ରେ ବରାବର କରିଥିଲେ। ତୃତୀୟ କ୍ୱାର୍ଟରରେ ଟିମ୍‌ ଇଣ୍ଡିଆ ଆକ୍ରମଣାତ୍ମକ ଦେଖାଯାଉଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଗୋଟିଏ ଗୋଲ ସ୍କୋର କରିଥିଲା। ୩୩ତମ ମିନିଟରେ ହରମାନପ୍ରୀତ ପେନାଲ୍ଟି କର୍ଣ୍ଣରର ସୁଯୋଗ ନେଇ ଗୋଟିଏ ଗୋଲ ସ୍କୋର କରିଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରରେ ଭାରତ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। କିନ୍ତୁ କୌଣସି ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା । ସେହିପରି ସ୍ପେନ ମଧ୍ୟ ଗୋଲ ସ୍କୋର କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲା। ହେଲେ ଟିମ୍‌ ଇଣ୍ଡିଆ ସବୁ ପ୍ରୟାସକୁ ବିଫଳ କରିଥିଲା। ଫଳରେ ଭାରତ ୨-୧ରେ ବିଜୟୀ ହୋଇ ବ୍ରୋଞ୍ଜ ମେଡାଲ ଜିତି ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ସୂଚନା, ଯୋଗ୍ୟ, ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପକ୍ସରେ ପଦକ ଜିତିଛି ଭାରତ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବି ବ୍ରୋଞ୍ଜ ପଦକ ଜିତିଥିଲା ଭାରତ।

The post ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ appeared first on Dharitri Odia News.