ବ୍ରୋଞ୍ଜ ପଦକ ଜିତିବା ସତ୍ତ୍ୱେ ବି ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ ଗୋଲ ସ୍କୋର କରିଛନ୍ତି। ଏହି ସମୟରେ ମ୍ୟାଚ ହିରୋ ତଥା ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ହରମନପ୍ରୀତ ସିଂ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ହକି ଟିମ ଦେଶ ପାଇଁ ସ୍ବର୍ଣ୍ଣ […] The post ବ୍ରୋଞ୍ଜ ପଦକ ଜିତିବା ସତ୍ତ୍ୱେ ବି ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ, ଜାଣନ୍ତୁ କାହିଁକି appeared first on Dharitri Odia News.

ବ୍ରୋଞ୍ଜ ପଦକ ଜିତିବା ସତ୍ତ୍ୱେ ବି ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ ଗୋଲ ସ୍କୋର କରିଛନ୍ତି। ଏହି ସମୟରେ ମ୍ୟାଚ ହିରୋ ତଥା ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ହରମନପ୍ରୀତ ସିଂ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ହକି ଟିମ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ଚାହୁଁଥିଲା। ଆମେ ଏହାର ଅତି ନିକଟରେ ପହଞ୍ଚି ଯାଇଥିଲୁ। କିନ୍ତୁ ସ୍ବର୍ଣ୍ଣ ଜିତିବା ଆମ ଭାଗ୍ୟରେ ନ ଥିଲା। ଆମେ ସ୍ବର୍ଣ୍ଣ ଜିତିବାକୁ ସକ୍ଷମ ହୋଇ ନ ଥିବାରୁ ଦେଶବାସୀଙ୍କୁ କ୍ଷମା ମାଗୁଛି। ତେବେ ଭାରତୀୟ ହକି ଏବେ ଉପରକୁ ଉଠିବା ଆରମ୍ଭ କରିଛି ବୋଲି ହରମନପ୍ରୀତ କହିଛନ୍ତି।

ଅନ୍ୟପଟେ, ଟିମ ଇଣ୍ଡିଆର କିମ୍ବଦନ୍ତୀ ଗୋଲକିପର ପି.ଶ୍ରୀଜେଶଙ୍କ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ। ପ୍ୟାରିସ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ପଦକ । ଏହାପୂର୍ବରୁ ସେ ଶୁଟିଂରେ ୩ଟି ପଦକ ପାଇଥିଲା। ସ୍ପେନ ଆଜିର ମ୍ୟାଚରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।

ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପି.ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି।

The post ବ୍ରୋଞ୍ଜ ପଦକ ଜିତିବା ସତ୍ତ୍ୱେ ବି ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ, ଜାଣନ୍ତୁ କାହିଁକି appeared first on Dharitri Odia News.