ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା

ଇସଲାମାବାଦ,୧୯।୬: ପାକିସ୍ତାନରେ ଆଇଏସ୍‌ଆଇ ଏଜେଣ୍ଟ ଏବଂ ପାକିସ୍ତାନୀ ସେନାର ଅବସରପ୍ରାପ୍ତ ବ୍ରିଗେଡିଅର ଆମିର ହମଜାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରାଯାଇଥିବା ସୂଚନା ମିଳିଛି। ତେବେ ଆମିର ଭାରତୀୟ ସେନା ଉପରେ ଆକ୍ରମଣ କରାଉଥିଲେ। ଏପରିକି ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ଥିବା କୁହାଯାଏ। ଆମିର ହମ୍‌ଜାଙ୍କ ହତ୍ୟା ପଛରେ କାହାର ସମ୍ପୃକ୍ତି ଅଛି ତାହା ଜଣାପଡ଼ିନାହିଁ। ହେଲେ ତାଙ୍କ ମୃତ୍ୟୁକୁ ନେଇ ଦେଶରେ ଭୟର ବାତାବରଣ ଖେଳିଯାଇଛି। ଭାରତର […] The post ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା appeared first on Dharitri Odia News.

ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା

ଇସଲାମାବାଦ,୧୯।୬: ପାକିସ୍ତାନରେ ଆଇଏସ୍‌ଆଇ ଏଜେଣ୍ଟ ଏବଂ ପାକିସ୍ତାନୀ ସେନାର ଅବସରପ୍ରାପ୍ତ ବ୍ରିଗେଡିଅର ଆମିର ହମଜାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରାଯାଇଥିବା ସୂଚନା ମିଳିଛି। ତେବେ ଆମିର ଭାରତୀୟ ସେନା ଉପରେ ଆକ୍ରମଣ କରାଉଥିଲେ। ଏପରିକି ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ଥିବା କୁହାଯାଏ।

ଆମିର ହମ୍‌ଜାଙ୍କ ହତ୍ୟା ପଛରେ କାହାର ସମ୍ପୃକ୍ତି ଅଛି ତାହା ଜଣାପଡ଼ିନାହିଁ। ହେଲେ ତାଙ୍କ ମୃତ୍ୟୁକୁ ନେଇ ଦେଶରେ ଭୟର ବାତାବରଣ ଖେଳିଯାଇଛି। ଭାରତର ଆଉ ଜଣେ ଶତ୍ରୁ ଆଖି ବୁଜିଥିବା କୁହାଯାଉଛି।

ସୂଚନାନୁଯାୟୀ, ବାଇକ୍‌ରେ କିଛି ଦୁର୍ବୃତ୍ତ ଅଚାନକ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣ ସମୟରେ ତାଙ୍କ ସହ ପତ୍ନୀ ଏବଂ ଝିଅ ମଧ୍ୟ ସାଥିରେ ରହିଥିଲେ। ସେମାନେ ଏହି ଆକ୍ରମଣରେ ଉଭୟ ଆହତ ହୋଇଛନ୍ତି।

The post ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା appeared first on Dharitri Odia News.