ବ୍ଲକ ପରିସରରେ ହାଇଡ୍ରାମା, ପୂର୍ବତନ ସରପଞ୍ଚକୁ ଜୋତାରେ ମାରିଲେ ମହିଳା
ବାସୁଦେବପୁର ୧୩/୦୯: ବ୍ଲକ ପରିସରରେ ହାଇଡ୍ରାମା । ବାସୁଦେବପୁର ବ୍ଲକର ବାଲିମେଦ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତାଙ୍କୁ ଜୋତାରେ ମାରିଲେ ମହିଳା । ଯାହାକୁ ନେଇ ବ୍ଲକ ପରିସରରେ ପୁରା ଲୋକାରଣ୍ୟ ହେଇଯାଇଥିଲା । କିଛି ସମୟ ପାଇଁ ବ୍ଲକ ପରିସର ରଣକ୍ଷେତ୍ର ପାଲଟିଥିଲା । ଉଭୟଙ୍କ ମଧ୍ୟରେ ମାର ପିଟ୍ ହେଇଥିଲା । ଉଭୟ ଉଭୟଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଖବର ପାଇ ବାସୁଦେବପୁର ପୋଲିସ ପହଞ୍ଚି ଜୋତାରେ ମାଡ଼ ମାରିଥିବା ମହିଳାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଅଟକ ମହିଳା ବାସୁଦେବପୁର ଜଗନ୍ନାଥପ୍ରସାଦ ପଞ୍ଚୟତର ବୋଲି ଜଣାପଡିଛି । ତେବେ ପୁର୍ବ ଶତ୍ରୁତାକୁ ନେଇ ବ୍ଲକ ପରିସରରେ ପୂର୍ବତନ ସରପଞ୍ଚଙ୍କୁ ମହିଳା ଜଣକ ଜୋତାରେ ମାରିଥିବା ବୋଲି କହିଛନ୍ତି ପୂର୍ବତନ ସରପଞ୍ଚ । ଅନ୍ୟପଟରେ ତାଙ୍କୁ ସେ ବିଭିନ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବାରୁ ଜୋତାରେ ମାରିଥିବା କହିଛନ୍ତି ମହିଳା ଜଣକ ।
ବାସୁଦେବପୁର ୧୩/୦୯: ବ୍ଲକ ପରିସରରେ ହାଇଡ୍ରାମା । ବାସୁଦେବପୁର ବ୍ଲକର ବାଲିମେଦ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତାଙ୍କୁ ଜୋତାରେ ମାରିଲେ ମହିଳା । ଯାହାକୁ ନେଇ ବ୍ଲକ ପରିସରରେ ପୁରା ଲୋକାରଣ୍ୟ ହେଇଯାଇଥିଲା । କିଛି ସମୟ ପାଇଁ ବ୍ଲକ ପରିସର ରଣକ୍ଷେତ୍ର ପାଲଟିଥିଲା ।
ଉଭୟଙ୍କ ମଧ୍ୟରେ ମାର ପିଟ୍ ହେଇଥିଲା । ଉଭୟ ଉଭୟଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଖବର ପାଇ ବାସୁଦେବପୁର ପୋଲିସ ପହଞ୍ଚି ଜୋତାରେ ମାଡ଼ ମାରିଥିବା ମହିଳାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଅଟକ ମହିଳା ବାସୁଦେବପୁର ଜଗନ୍ନାଥପ୍ରସାଦ ପଞ୍ଚୟତର ବୋଲି ଜଣାପଡିଛି ।
ତେବେ ପୁର୍ବ ଶତ୍ରୁତାକୁ ନେଇ ବ୍ଲକ ପରିସରରେ ପୂର୍ବତନ ସରପଞ୍ଚଙ୍କୁ ମହିଳା ଜଣକ ଜୋତାରେ ମାରିଥିବା ବୋଲି କହିଛନ୍ତି ପୂର୍ବତନ ସରପଞ୍ଚ । ଅନ୍ୟପଟରେ ତାଙ୍କୁ ସେ ବିଭିନ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବାରୁ ଜୋତାରେ ମାରିଥିବା କହିଛନ୍ତି ମହିଳା ଜଣକ ।