ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଉଦଘାଟିତ
କଳାହାଣ୍ଡି, ୨୮/୦୯- ଲାଞ୍ଜିଗଡ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରୋଗୀ କଲ୍ୟାଣ ସମିତିର ସଦସ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ ଯୋଗ ଦେଇଥିଲେ। ବିଶ୍ୱନାଥପୁର […] The post ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଉଦଘାଟିତ appeared first on Odisha.News.

କଳାହାଣ୍ଡି, ୨୮/୦୯- ଲାଞ୍ଜିଗଡ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରୋଗୀ କଲ୍ୟାଣ ସମିତିର ସଦସ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ ଯୋଗ ଦେଇଥିଲେ। ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୟସ୍କ ବ୍ୟକ୍ତିମାନଙ୍କୁ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହିତ ଅତିଥିମାନଙ୍କ ଦ୍ୱାରା ବିସିଜି ଟୀକାକରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ବିପିଏମ ମାନସ ରଞ୍ଜନ ସ୍ୱାଇଁ, ଜନ ସ୍ୱାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ, ଏକାଉଣ୍ଟ ମ୍ୟାନେଜର ମିତ୍ରଭାନୁ ଦାସ, ଡାଟା ମ୍ୟାନେଜର ମକରଧ୍ୱଜ ନାୟକ, ଏମଆରଏ ପ୍ରେମ ପାଣିଗ୍ରାହୀ, ସୁପରଭାଇଜର ବାଙ୍କ ଦୁର୍ଗା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ବହୁସଂଖ୍ୟାରେ ଆଶା କର୍ମୀ ଉପସ୍ଥିତ ଥିଲେ।
The post ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଉଦଘାଟିତ appeared first on Odisha.News.