ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍‌

ବୌଦ୍ଧ,୩।୧୧(ଅଜିତ କୁମାର ବାରିକ): ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। ଦୁର୍ଘଟଣାରେ ଚାରି ଜଣ ସାଙ୍ଗ ଗୁରୁତର ହୋଇଛନ୍ତି। ବୌଦ୍ଧ କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ , କ୍ରିସ ଅଗ୍ରୱାଲ , ଧ୍ରୁବ ସାହୁ ଏବଂ ରୋହିତ ସାହୁ। ସୂଚନାନୁଯାୟୀ, ଦୀପାବଳି ଛୁଟି ଥିବାରୁ ସାଙ୍ଗମାନେ ମିଶି ବୁଲି ବାହାରି ଥିଲେ। ଶନିବାର ଚାରିଛକଠାରେ ଥିବା ଏକ ହୋଟେଲରେ ରହିଥିଲେ। ସେଠାରୁ ଭୋର ସମୟରେ ଫୁଲବାଣୀ […] The post ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍‌ appeared first on Dharitri Odia News.

ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍‌

ବୌଦ୍ଧ,୩।୧୧(ଅଜିତ କୁମାର ବାରିକ): ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। ଦୁର୍ଘଟଣାରେ ଚାରି ଜଣ ସାଙ୍ଗ ଗୁରୁତର ହୋଇଛନ୍ତି। ବୌଦ୍ଧ କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ , କ୍ରିସ ଅଗ୍ରୱାଲ , ଧ୍ରୁବ ସାହୁ ଏବଂ ରୋହିତ ସାହୁ।

ସୂଚନାନୁଯାୟୀ, ଦୀପାବଳି ଛୁଟି ଥିବାରୁ ସାଙ୍ଗମାନେ ମିଶି ବୁଲି ବାହାରି ଥିଲେ। ଶନିବାର ଚାରିଛକଠାରେ ଥିବା ଏକ ହୋଟେଲରେ ରହିଥିଲେ। ସେଠାରୁ ଭୋର ସମୟରେ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ଘୋଡାଡିଆଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ଜଣ ସାଙ୍ଗ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଯୁବକମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

The post ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍‌ appeared first on Dharitri Odia News.