ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ, ନୟାଗଡ଼ ୪୨.୨ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ବଲାଙ୍ଗିରରେ ୪୧.୮ ଡିଗ୍ରୀ, ଅନୁଗୋଳରେ ୪୧.୭ ଡିଗ୍ରୀ, […] The post ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର appeared first on Dharitri Odia News.
ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ, ନୟାଗଡ଼ ୪୨.୨ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ବଲାଙ୍ଗିରରେ ୪୧.୮ ଡିଗ୍ରୀ, ଅନୁଗୋଳରେ ୪୧.୭ ଡିଗ୍ରୀ, ମାଲକାନଗିରିରେ ୪୧.୫ ଡିଗ୍ରୀ, ବାରିପଦାରେ ୪୧.୨ ଡିଗ୍ରୀ, ନୂଆପଡ଼ା ୪୧.୨ ଡିଗ୍ରୀ, ଟିଟିଲାଗଡ଼ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୭ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ବାଲେଶ୍ୱରରେ ୪୦.୩ ଡିଗ୍ରୀ, ଝାରସୁଗୁଡ଼ା ୪୦.୨ ଡିଗ୍ରୀ, ତାଳଚେରରେ ୪୦ ଡିଗ୍ରୀ, ସୋନପୁରରେ ୪୦ ଡିଗ୍ରୀ, ଯାଜପୁରରେ ୪୦ ଡିଗ୍ରୀ, କେନ୍ଦ୍ରାପଡ଼ା ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଫୁଲବାଣୀରେ ୩୯.୯ ଡିଗ୍ରୀ, ଜଗତସିଂହପୁରରେ ୩୯.୮ ଡିଗ୍ରୀ,ରାୟଗ ୩୯.୬ ଡିଗ୍ରୀ, ନବରଙ୍ଗପୁରରେ ୩୯.୫ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୫ ଡିଗ୍ରୀ, ସମୱଲପୁରରେ ୩୯ ଡିଗ୍ରୀ, ଛତ୍ରପୁରରେ ୩୯ ଡିଗ୍ରୀ, ଭଦ୍ରକରେ ୩୯ ଡିଗ୍ରୀ, ପାରାଦୀପରେ ୩୮.୮ ଡିଗ୍ରୀ, ହୀରାକୁଦରେ ୩୮.୬ ଡିଗ୍ରୀ, ଢେଙ୍କାନାଳରେ ୩୮.୬ ଡିଗ୍ରୀ, କଟକରେ ୩୮.୨ ଡିଗ୍ରୀ, ରାଉରକେଲାରେ ୩୮.୧ ଡିଗ୍ରୀ, କେନ୍ଦୁଝରରେ ୩୭.୮ ଡିଗ୍ରୀ, ସୁନ୍ଦରଗ ୩୭ ଡିଗ୍ରୀ, ଦେବଗ ୩୭ ଡିଗ୍ରୀ, ଗୋପାଳପୁରରେ ୩୬.୫ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ ଓ କୋରାପୁଟର ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି।
The post ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର appeared first on Dharitri Odia News.