ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ
ପଟ୍ଟାଙ୍ଗି,୩୦ା୫(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ଚାଲିଥିବା ସପ୍ତମ ପଞ୍ଚାୟତ ସମିତି ବୈଠକରେ ଅଂଶଗ୍ରହଣ ନ କରି ବାହାରେ ବ୍ଲକ୍ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟମାଦେ ଏକତ୍ରିତ ହୋଇ ଅଧ୍ୟକ୍ଷା କଳ୍ପନା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଦୋହରାଇଛନ୍ତି। ଏଥିରେ ବ୍ଲକ୍ ଉପାଧ୍ୟକ୍ଷ ତ୍ରିନାଥ କଟା, ପଟ୍ଟାଙ୍ଗି ସମିତି ସଭ୍ୟା ଶିବାନୀ ନାୟକ, କୋଟିଆ ସମିତି ସଭ୍ୟା ଅମ୍ବିକା ପାଙ୍ଗୀ, ଦେଓପଟ୍ଟାଙ୍ଗି ସମିତିସଭ୍ୟ ବାସୁଦେବ ପାଙ୍ଗୀ, ପୁକାଲି ସମିତି ସଭ୍ୟା ସସ୍ମିତା ତାଡିଙ୍ଗି, […] The post ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.
ପଟ୍ଟାଙ୍ଗି,୩୦ା୫(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ଚାଲିଥିବା ସପ୍ତମ ପଞ୍ଚାୟତ ସମିତି ବୈଠକରେ ଅଂଶଗ୍ରହଣ ନ କରି ବାହାରେ ବ୍ଲକ୍ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟମାଦେ ଏକତ୍ରିତ ହୋଇ ଅଧ୍ୟକ୍ଷା କଳ୍ପନା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଦୋହରାଇଛନ୍ତି। ଏଥିରେ ବ୍ଲକ୍ ଉପାଧ୍ୟକ୍ଷ ତ୍ରିନାଥ କଟା, ପଟ୍ଟାଙ୍ଗି ସମିତି ସଭ୍ୟା ଶିବାନୀ ନାୟକ, କୋଟିଆ ସମିତି ସଭ୍ୟା ଅମ୍ବିକା ପାଙ୍ଗୀ, ଦେଓପଟ୍ଟାଙ୍ଗି ସମିତିସଭ୍ୟ ବାସୁଦେବ ପାଙ୍ଗୀ, ପୁକାଲି ସମିତି ସଭ୍ୟା ସସ୍ମିତା ତାଡିଙ୍ଗି, ପେଟୁରୁ ସମିତି ସଭ୍ୟା ରଞ୍ଜୁ ଗାଣ୍ଡେରି, ସମ୍ବାଇ ସମିତିସଭ୍ୟା ଉଲାସ ଖରା, ମାଳିପୁଟ ସମିତି ସଭ୍ୟା ସିତାମା ପୂଜାରୀ, ଗୋଲୁର ସରପଞ୍ଚ ନିଲାମା ବଲଦା ବଇ ଏବଂ ଗାଙ୍ଗରାଜପୁର ସରପଞ୍ଚ ତୁଲା ଦଳେଇ ପ୍ରମୁଖ ଏକତ୍ରିତ ହୋଇଥିଲେ। ଗଣମାଧ୍ୟମକୁ ବ୍ଲକ୍ ଅଧ୍ୟକ୍ଷା ପାଙ୍ଗୀଙ୍କ ବିରୋଧରେ ଉଠିଥିବା ଅନାସ୍ଥା ପ୍ରସ୍ତାବରୁ ଆମେ କେହି ପଛଘୁଞ୍ଚା ଦେଇ ନାହୁଁ କି ଦେବୁ ନାହୁଁ ବୋଲି କହିଥିଲେ। ଅଧ୍ୟକ୍ଷା ପାଙ୍ଗୀ କହିଥିବା ଆମ ଭିତରେ ରହିଥିବା ମନାନ୍ତର ସମାଧାନ ହୋଇଛି ଓ ଗତ ଦିନରେ ଉପଜିଲାପାଳଙ୍କୁ ସାକ୍ଷାତ କରି ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରାଯାଇଥିବା ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଉପଜିଲାପାଳଙ୍କ ନିକଟକୁ ପ୍ରତ୍ୟାହାର ପାଇଁ ଯାଇ ନ ଥିବା ସେମାନେ ସୂଚନା ଦେଇଛନ୍ତି।
ବ୍ଲକ୍ ଅଧ୍ୟକ୍ଷାଙ୍କ ମନ ମୁତାବକ କାର୍ଯ୍ୟ ପାଇଁ ବୈଠକରୁ ଉଠି ସେମାନେ ବାହାରକୁ ଚାଲି ଆସିଥିବା କହିଥିଲେ। ସମିତିସଭ୍ୟା ଓ ସରପଞ୍ଚଙ୍କ ମତାମତକୁ ବ୍ଲକ୍ ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ମୁଁ କୌଣସି ସମିତିସଭ୍ୟା ସଭ୍ୟ ଓ ସରପଞ୍ଚଙ୍କୁ ଅସମ୍ମାନ କରିନାହିଁ। ମୋ ନଁାରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆମ ଭିତରେଥିବା କିଛି ମନାନ୍ତରକୁ ସମାଧାନ କରାଯାଇଛି। ମୋ ବିରୋଧରେ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଲିଖିତ ଦାବିପତ୍ର ପ୍ରତ୍ୟାହାର କରାଯାଇଥିବା ସେ କହିଛନ୍ତି। ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଉଠିଥିବା ଅନାସ୍ଥା ପ୍ରସ୍ତାବକୁ କୌଣସି ତଦନ୍ତ ଆରମ୍ଭ ହୋଇ ନ ଥିବାରୁ ସମିତିସଭ୍ୟା ଓ ସରପଞ୍ଚଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମେ ୨୩ରେ ଉପଜିଲାପାଳଙ୍କୁ ୯ ସମିତିସଭ୍ୟା ଏବଂ ୪ ସରପଞ୍ଚ ସାକ୍ଷାତ କରି ବ୍ଲକ୍ ଅଧ୍ୟକ୍ଷା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।
The post ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.